ପୁଇଁତୋଳା ଛକରୁ ଦୋକାନ ଉଚ୍ଛେଦ ନୋଟିସ: ପ୍ରତିବାଦରେ ତହସିଲଦାରଙ୍କୁ ଭେଟିଲେ ଜୀବିକା ହରାଉଥିବା ବ୍ୟବସାୟୀ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସି ଅନ୍ତର୍ଗତ ଜାତୀୟ ରାଜପଥ (୧୬)ର ପୁଇଁତୋଳା ଛକର ପାର୍ଶ୍ୱରେ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ତରଫରୁ ସାତ ଦିନିଆ ନୋଟିସ ଦେବା ପରେ ପ୍ରତିବାଦ ସ୍ୱରୂପ ଗତ ସୋମବାର ଦିନ ଜୀବିକା ହରାଉଥିବା ୬୦ ରୁ ଉର୍ଦ୍ଧ ବ୍ୟବସାୟୀ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁଙ୍କୁ ଭେଟି ଏହାର ପୁନଃ  ବିଚାର କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ବ୍ୟବସାୟୀମାନଙ୍କ ତରଫରୁ ଆଇନଜୀବୀ କୈଳାସ ଚନ୍ଦ୍ର ପଲାଇ, ସୁକାନ୍ତ ବିଶ୍ୱାଳ, ଅଜୟ ବାରିକ, କୃଷ୍ଣ ଚନ୍ଦ୍ର ପ୍ରଧାନ ତହସିଲଦାରଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । ଗରିବ ଶ୍ରେଣୀର ଲୋକମାନେ କାମ ଧନ୍ଧା ନ ପାଇ ଖାଲିଥିବା  ଜାତୀୟ ରାଜା ପାର୍ଶ୍ୱରେ ଚା, ପାନ ଦୋକାନ କରି ପରିବାର ବଞ୍ଚାଉଛନ୍ତି । ଏଠାରେ କୌଣସି ଟ୍ରାଫିକ ଜମା ହୁଏ ନାହିଁ । ଟ୍ରକ ଚାଳକ ଚା ପିଇବା ପାଇଁ ରହିଲେ ସ୍ୱାଭାବିକ ଭାବେ ରାଜପଥ କଡରେ ଜାନା ରଖିବେ । ଏହା କେବଳ ଏହି ସ୍ଥାନ ନୁହେଁ, ରାଜ୍ୟର ସମସ୍ତ ରାଜପଥ ଓ ଜାତୀୟ ରାଜପଥରେ ଏହିପରି ହୋଇଥାଏ । ମାତ୍ର ଓଡ଼ିଶାର କେଉଁ ସ୍ଥାନରେ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଦିଆଯିବା କାହାର ସ୍ୱାର୍ଥରେ । ଯାହା ବ୍ୟବସାୟୀଙ୍କ ଭାତରେ ଧୂଳି ପକାଇ ସହ ତୁଳନୀୟ ବୋଲି ଦର୍ଶାଇଥିଲେ । ଏହାର ପୁନର ବିଚାର କରାଯିବା ସହ ସାତଦିନିଆ ନୋଟିସକୁ ସ୍ୱର୍ଗତ ରଖିବା ପାଇଁ ଯୁକ୍ତି କରିଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଟ୍ରାଫିକ ସମସ୍ୟା ଯୋଗୁଁ ଏପରି ପଦକ୍ଷେପ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଛି । ଯାହାର ନିଜସ୍ୱ ଜାଗା ଅଛି ସେମାନେ ପଛକୁ ନେଇ ଦୋକାନ କରନ୍ତୁ । ସରକାରୀ ଜାଗାରେ ଥିବା ଦୋକାନମାନେ ଜଟିଯିବାକୁ କହିବା ସହ ସପ୍ତାହେ ବଦଳରେ ଏକ ମାସ ଦିଆଗଲା ବୋଲି କହିଥିବା ଆଲୋଚନା କାରୀମାନେ କହିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସମସ୍ତ ଦୋକାନୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା