ପୁଣିଏକ ଅଭାବନୀୟ ଦୃଶ୍ୟ:ଖଟିଆରେ ବୁହାହେଲେ ପ୍ରସବ ମହିଳା

ରାୟଗଡା(ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା ତାଡମା ପଞ୍ଚାୟତର ଶିରିପାଇ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀଙ୍କ ଦ୍ବାରା ଏକ ଖଟିଆ ସାହାଯ୍ୟରେ ଗ୍ରାମ ଠାରୁ ରାୟଗଡା ଉତ୍କଳମଣି ନଗର ପର୍ଯ୍ୟନ୍ତ ବଂଶଧାରା ନଦୀ ମଧ୍ୟ ଦେଇ ଅଣାଯାଇଛି। ରାୟଗଡା ଜିଲ୍ଲାରୁ ପ୍ରାୟ ୫ କି.ମି ଦୂର ଗ୍ରାମରେ କୌଣସି ପ୍ରକାର ସରକାରୀ ଯୋଜନା କାର୍ଯ୍ୟକାରୀ ହେଉ ନ ଥିବାବେଳେ ଏଥିପ୍ରତି ପ୍ରଶାସନର ନିଘା ନାହିଁ । ଗ୍ରାମରେ ବିଦ୍ୟୁତ ନ ଥିବା ଓ ରାସ୍ତା ସୁବିଧା ନ ଥିବା ହେତୁ ଗ୍ରାମର ନିରୀହ ଆଦିବାସୀମାନେ ଅନେକ ସରକାର ସୁବିଧାରୁ ବଞ୍ଚିତ ହେଉଛନ୍ତି । ଫଳରେ ଗ୍ରାମବାସୀ ମାନଙ୍କୁ ନା ନା ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ବର୍ଷା ସମୟରେ ଜଳସ୍ତର ବୃଦ୍ଧି ଯୋଗୁଁ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ରାୟଗଡା ସହରରୁ ବିଚ୍ଛିନ୍ନ ହୋଇ ଯାଉଛି।