ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ଓ ଡିଏଫଓ ବିଶ୍ୱନାଥ ପଣ୍ଡା ଙ୍କ ସହିତ ମୟୂରଭଂଜର ଜିଲା ପ୍ରଶାସନ ଓ ପଶ୍ଚିମ ମେଦିନୀପୁର ଜିଲାର ଜିଲା ପ୍ରଶାସନ ସହିତ ଆଲୋଚନା ପରେ ଗତ ରାତିରେ ୩ ଜିଲାର ମିଶ୍ରଣସ୍ଥଳ ପଶ୍ଚିମ ବଂଗଳାର ଝାଉଁରୀ ଜଂଗଲରେ ୨ଟି ପର୍ଯ୍ୟାୟରେ ୭୮ହାତୀ ପହଞ୍ଚିଥିବା ଜଳେଶ୍ୱର ରେଞ୍ଜର ଦେବେନ୍ଦ୍ର କୁମାର ପାତ୍ର ଘଟଣା ସ୍ଥଳରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି ୭୮ଟି ହାତୀ ଗଲାପରେ ଆଜି ସକାଳେ ଲୁହାପଡା, ମେନାକଷା, ବରଡିହା ଜଂଗଲରେ ୮/୧୦ଟି ହାତୀକୁ ଦେଖିବାକୁ ମିଳିଥିଲା । ଗତ ରାତିରେ କେନ୍ଦୁ ଖୁଣ୍ଟାର ପାରୁଳିଆ ଗାଁରେ ପୁଣି ୨ଟି ହାତୀ ପ୍ରବେଶ କରି ଅନ୍ୟ କେତେକ ଭଂଗାରୁଜା କରିଥିବା ସେଠାକାର ସରପଂଚ ଖୁଲଣା ପାତ୍ର କହିଛନ୍ତି । ଆଜି ସଂଧ୍ୟାରେ ପଂଚିମବଂଗକୁ ଯାଇଥିବା ହାତୀ ଗୁଡିକ ମଧ୍ୟରେ ଏକ ଗୋଷ୍ଠୀ ଓଡିଶା ମୁହାଁ ଚାଲିଥିବାର ରେଞ୍ଜର ଶ୍ରୀ ପାତ୍ର କହିଛନ୍ତି । କିନ୍ତୁ ଏ ଗୁଡିକ ଜଳେଶ୍ୱର କିମ୍ବା ବେତନଟୀ ରେଞ୍ଜକୁ ପ୍ରବେଶ କରିବ ତାହା ସ୍ପଷ୍ଟ କରିନାହାନ୍ତି । ପୁଣି ହାତୀପଲ ଓଡିଶାକୁ ପ୍ରବେଶ କଲେ ଜଳେଶ୍ୱର, ରାସଗୋବିନ୍ଦପୁର, ବେତନଟୀ, ନିଳଗିରି ରେଞ୍ଜ ଅଂଚଳରେ ପ୍ରବେଶ କଲେ ବ୍ୟାପକ କ୍ଷତି କରିବା ସମ୍ଭବନା ରହିଛି । ତେଣୁ କେବଳ ବନବିଭାଗ ନୁହେଁ ସେମାନଙ୍କ ସହ ପୁଲିସ୍ ଏକତ୍ରଭାବେ ହାତୀ ଘଉଡିବା ପାଇଁ ତଥ୍ୟାଭିଜ୍ଞ ବ୍ୟକ୍ତିମାନେ ପରାମର୍ଶ ଦେଇଛନ୍ତି । ଆଜି ଜଳେଶ୍ୱର ବିଧାୟକ ଉପଦ୍ରୁତ ଅଂଚଳ ବୁଲି ପାରୁଳିଆ ଗାଁର କ୍ଷତିଗ୍ରସ୍ତ ଲୋକଙ୍କୁ ଗତ ସଂଧ୍ୟାରେ ସରପଂଚଙ୍କ ଦ୍ୱାରା ଚୁଡା ଓ ଚିନି ବଂଣ୍ଟନ କରିଥିବା ପ୍ରକାଶ କରିଥିଲେ । ଆଜି ରାଜସ୍ୱ ବିଭାଗ ପକ୍ଷରୁ ପଲିଥିନ ଦିଆଯାଇଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଓଡିଶାର ମୟୂରଭଂଜ, ବାଲେଶ୍ୱର ଓ ପଶ୍ଚିମବଂଗ ଏବଂ ଝାଡଖଣ୍ଡ ରାଜ୍ୟର ହାତୀ ଚଲାପଥ ଗ୍ରାମଗୁଡିକର ଯୁବକ ମାନଙ୍କୁ ହାତୀ ସୁରକ୍ଷାର ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ଅତ୍ୟାଧୁନିକ ଶୈଳିରେ ହାତୀ ଘଉଡଠାଇବାର ଟ୍ରେନଂ ଦେବାକୁ ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର ପ୍ରନ୍ସପାଲ ଚିଫ କନ୍ଞ୍ଜରଭେଟର ଡ. ଦେବବ୍ରତ ସ୍ୱାଇଁ ଓ ବିଭାଗୀୟ ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ କ୍ଷତିଗ୍ରସ୍ତ ବ୍ୟକ୍ତି ସହାୟତା ପାଇବେ ବୋଲି ସେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଓ ଜିଲାପାଳଙ୍କୁ ଏ ସଂପର୍କରେ ଅବଗତ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା