

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ନୋରାନୀ ବସ୍ ଓଡି୦୧କ୍ୟୁ-୫୭୧୫ ଆଜି ପୂର୍ବାହ୍ନରେ ଚାଲନ୍ତି ବାଇପାସ୍ ନିକଟରେ ଏକ ମଟର ସାଇକେଲକୁ ଧକ୍କା ଦେବାଫଳରେ ୨ଜଣ ଗୁରୁତର ଅବସ୍ଥାରେ ବାଲେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭୋଗରାଇ ଥାନା ଅନ୍ତର୍ଗତ ଗୋପିନାଥପୁର ପଂଚାୟତର ଭୌରବ ଘୋଷ ଓ ତାଙ୍କ ସ୍ତ୍ରୀ ସୀମାରାଣୀ ଘୋସ ଆଜି ଏକ ବାଇକ୍ ଯୋଗେ ଡେମୁରିଆ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଉକ୍ତ ବସ୍ ଟିକୁ ବାଡେଇ ଯାଇଥିଲା । ଫଳରେ ଉଭୟ ଦମ୍ପତି ଗୁରୁତର ହେବାରୁ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ୍ ପହଞ୍ଚି ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ଏ ସମ୍ପର୍କରେ କୌଣସି ମାମଲା ରୁଜୁ କରାଯାଇନାହିଁବୋଲି ପୋଲିସ୍ ସୂଚନା ଦେଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା