ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ପ୍ରଚାର ସେତେ ଜୋର ହେବାରେ ଲାଗିଛି । ପୁଣି ଏହି ସମୟରେ ନିର୍ବାଚନ ପୂର୍ବରୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସେହି ଦିନ ବରଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ଏପ୍ରିଲ୍ ୧ ତାରିଖ ଦିନ ମଧ୍ୟ ଶ୍ରୀ ଶାହ ଓଡ଼ିଶା ଗସ୍ତରେ ଆସି ପାରଳାଖେମୁଣ୍ଡିରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । ସେହିପରି ଆସନ୍ତା ଏପ୍ରିଲ୍ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ସୁନ୍ଦରଗଡ଼ ଆସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର