

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ସାରା ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦୃତ ଗତିରେ ବଢି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଅମାନିଆଙ୍କୁ ତାଗିତ କରିବା ପାଇଁ ପୋଲିସ ଅଧିକାରୀମାନେ ମୁତୟନ ହୋଇ ଚେକିଂ କରୁଛନ୍ତି । ଏଥିପାଇଁ ଲୋକ ମାନେ ଭୟଭୀତ ହୋଇ ଘରେ ରହୁଥିବା ବେଳେ କାହାର ଯଦି ମୃତ୍ୟୁ ଘଟେ ତେବେ କରୋନା ଭୟରେ ଛୁଇଁବାର ଦୂରର କଥା ଶେଷ ଦର୍ଶନ କରିବା ପାଇଁ ମଧ୍ୟ କେହି ଯାଉନାହାନ୍ତି କି ଶବ ଦାହ କରିବା ପାଇଁ ମଧ୍ୟ ଯାଉନାହାନ୍ତି । ଏଭଳି ପରିସ୍ଥିତରେ ଅସହାୟ ଦୁଇଟି ମୃତ ଶରୀରକୁ ଦାହ କରି ମହାନତାର ପରିଚୟ ଦେଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଗୋଟିଏ ମୃତ ବ୍ୟକ୍ତି ଦଣ୍ଡାସି ସାହୁ (୭୫) ନିଳାଞ୍ଚଳ ସାହି (ପୁରୁଣା ବ୍ରହ୍ମପୁର) ତାଙ୍କର ଏକମାତ୍ର ହିଁ ଝିଅ ଓ ଅନ୍ୟଟି ଜୟଦେବ ନାୟକ(୩୬) ରଙ୍ଗୁଣିବନ୍ଧ ସାହି ତାଙ୍କର ବୃଦ୍ଧା ମା ସୁବାସିନି ନାୟକ ଉପସ୍ଥିତ ରହି ଶବ ସତ୍କାର କରାଯାଇଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଉଥିବା ଜଣାପଡିଛି ।
