ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ମାନବିକତାର ପରିଚୟ ଦେଖାଇ ପୁଣିଥରେ ପ୍ରଶଂସାର ପାତ୍ର ସାଜିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେ କିଛି ମାସ ତଳେ ଚାଷୀମାନଙ୍କ ସହ ବିଲରେ ଚାଷ କରି ପ୍ରଶଂସାର ପାତ୍ର ହୋଇଥିବା ବେଳେ ଆଉ କେତେବେଳେ ଲୋକଙ୍କୁ ସାହାର୍ଯ୍ୟ କରି ପ୍ରଶଂସାର ପତ୍ର ହୋଇଥିଲେ । ଆଜି ପୁଣି ଜଣେ ଅଜଣା ଯୁବକର ଜୀବନକୁ ବଞ୍ଚାଇ ପ୍ରଶଂସାର ପାତ୍ର ସାଜିଛନ୍ତି ଜିଲ୍ଲାପାଳ । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କନିସି ଠାରେ ଚାଲିଥିବା ନୂତନ କୋଭିଡ ହସ୍ପିଟାଲର ତଦାରଖ କରିବା ପାଇଁ ସେଠାକୁ ଯାଉଥିବା ସମୟରେ ଜାତୀୟ ରାଜପଥରେ ଜଣେ ମୋଟର ସାଇକେଲ ଆରୋହୀ ଦୁର୍ଘଟଣା ଗସ୍ତ ହୋଇ ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ତତକ୍ଷଣାତ ଗାଡ଼ିରୁ ଓହ୍ଲାଇ ସହାୟତାର ହାତ ବଢ଼ାଇବା ସହ ନିଜ ଗାଡ଼ିରେ ସେହି ଗୁରୁତର ଯୁବକଙ୍କୁ ହସ୍ପିଟାଲଳୁ ପଠାଇଥିଲେ ଏବଂ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ସମସ୍ତ ବନ୍ଦୋବସ୍ତ କରାଇଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଦେଖି ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା