ଶ୍ରୀନଗର (ସମୃଦ୍ଧ ଓଡିଶା) ଜମ୍ମୁ କାଶ୍ମୀର ପୁଲୱାମା ଆତ୍ମଘାତୀ ଆକ୍ରମଣର ନିଆ ବର୍ତ୍ତମାନ ଯାଏ ଲିଭି ନାହିଁ । ପୁଣି ରାଜୌରୀ ନିକଟସ୍ଥ ଏଲଓସି ପାଖରେ ଏକ ଆଇଇଡି ବିସ୍ଫୋରଣ ଘଟିବାର ଖବର ଆସୁଛି । ଏହି ବିସ୍ଫୋରଣ ଜଣେ ମେଜର ଶହୀଦ ହୋଇଛନ୍ତି ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଆତଙ୍କବାଦୀ ଦ୍ୱାରା ଆଇଇଡି ବିସ୍ଫୋରକ ଲଗାଯାଇଥିଲା । ଏହି ବିସ୍ଫୋରକକୁ ନିଷ୍କ୍ରିୟ କରିବାକୁ ଯାଇଁ ସେନାର ଜଣେ ମେଜର ଶହୀଦ ହୋଇଛନ୍ତି । ଶହୀଦ ମେଜର ସେନାରେ ଇଞ୍ଜିନିୟର କ୍ୟାମ୍ପରେ କାର୍ଯ୍ୟରତ ଥିଲେ । ନୌଶେରା ସେକ୍ଟରର ନିୟନ୍ତ୍ରଣ ରେଖାରେ ୧.୫ କିଲୋଗ୍ରାମ ଆଇଇଡି ବିସ୍ଫୋରକ ପ୍ଲାଣ୍ଟ କରାଯାଇଥିଲା । ପାକିସ୍ତାନ ବର୍ଡର ଆକଶନ ଟିମ ଏହି ବିସ୍ଫୋରଣ କରିଥିବାର ସନ୍ଦେହ କରାଯାଉଛି । ବର୍ତ୍ତମାନ ଯାଏ ସେନା ପକ୍ଷରୁ କୌଣସି ଔପୋଚାରିକ ସୂଚନା ପ୍ରଦାନ କରାଯାଇ ନାହିଁ । ବର୍ଡର ଆକଶନ ଟିମ, ପାକ ସେନା ଓ ଆତଙ୍କବାଦୀଙ୍କ ମିଳିତ ଦଳ ହୋଇଥାଏ । ଏମାନଙ୍କ କାମ ସୁଯୋଗ ମିଳିଲେ ଭାରତୀୟ ସେନା ଉପରେ ଆକ୍ରମଣ କରିଥାଏ । ଏମାନେ ଭାରତୀୟ ସେନାଙ୍କ ସହ ବହୁ ବର୍ବର କାଣ୍ଡ କରିଥାନ୍ତି । ଏହାପୂର୍ବରୁ ଗୁରୁବାର ପୁଲୱାମା ସ୍ଥିତି ଅବନ୍ତିପୋରା ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏହି ଆତ୍ମଘାତୀ ଆକ୍ରମଣ ଜୈଶ-ଇ-ମହମ୍ମଦ କରିଥିଲା । ପ୍ରାୟ ୭୮ଟି ଗାଡିରେ ୨୫୦୦ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ । ସେହି ସମୟରେ ଏକ ଗାଡି ସିଆରପିଏଫ ଯବାନଙ୍କ ବସକୁ ଟକ୍ଟର ଦେଇଥିଲା । ଏହି ଗାଡିରେ ୬୦ କିଲୋରୁ ଅଧିକ ବିସ୍ଫୋରକ ଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ