ପୁରୀରୁ ବ୍ରହ୍ମପୁର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ,୧୫ ଆହତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରସାମ୍ୟ ହରାଇ ବିଲକୁ ଖସିଗଲା ଏକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଘଟଣା ସ୍ଥଳେ ୧୫ ଜଣ ଯାତ୍ରୀ ଆହତ ହୋଇ ଥିବା ଖବର ମିଳିଛି । ପୁରୀ ଜିଲ୍ଲା ମଲ୍ଲିକାଶୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ପୁରୀରୁ ବ୍ରହ୍ମପୁର ଅଭିମୁଖେ ଆସୁ ଥିଲା। ଏହି ସମୟରେ ମଲ୍ଲିକାଶୁଣୀ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ବିଲକୁ ମାଡ଼ି ଯାଇଥିଲା।  ଦୁର୍ଘଟଣାରେ ବସ୍‌ରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।