ପୁରୀ (ଦାମୋଦର ପାଢ଼ୀ)ଜଗନ୍ନାଥ ଧାମ ପୁରୀସହରରେ ମଧ୍ୟ ଦଶହରା ମେଢ଼ ଭସାଣି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପୁରୀର ଦଶହରା ମେଢ । ଶୁକ୍ଳ ବଡ ଏକାଦଶୀ ଦିନ ସହରର ସମସ୍ତ ମେଢ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ଏକାଠି ହୁଅନ୍ତି ଓ ମହାପ୍ରଭୁଙ୍କର ନୀଳଚକ୍ର ଉପରକୁ ବଡଦୀପ ଉଠିବା ପରେ ମେଢ ଭଷାଣୀରେ ଯାଇଥାନ୍ତି।ଏହାକୁ ଗୋଷାଣୀ ଯାତ୍ରା କୁହାଯାଏ।ଏହି ମେଢ ମଧ୍ୟରେ ମା’ ଦୁର୍ଗାଙ୍କ ବ୍ୟତୀତ ନାଗାର୍ଜୁନ ମେଢ,ବୁଢା ବୁଢୀ ଈଶ୍ୱର ପାର୍ବତୀ,ହନୁମାନ ଅତ୍ୟନ୍ତ ଆକର୍ଷଣ । ଏହି ପରମ୍ପରା କେଉଁ କାଳରୁ ପ୍ରଚଳିତ ହୋଇଆସୁଛି ।