ପୁରୁଣା ଓଟି ରୋଡ ପ୍ରସସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ : ତହସିଲଦାରଙ୍କୁ ବିଜେପିର ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ପୁରୁଣା ଓଟିରୋଡ ବାସନ୍ତିପଡିଆ ଠାରୁ ଅଗ୍ରୱାଲା ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରସସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଜଳେଶ୍ୱର ବିଜେପି ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଓଟିରୋଡ ବାସନ୍ତିପଡିଆ ଠାରୁ ଅଗ୍ରୱାଲା ଛକ ପର୍ଯ୍ୟନ୍ତ ରାସ୍ତାକୁ ୪ଟିକିଆ ରାସ୍ତାରେ ପରିଣତ କରିବା ଲାଗି ୨୦୧୮-୧୯ ମସିହାରେ ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୫୩୧.୫୮ ଲକ୍ଷ ଟଙ୍କା ବ୍ୟୟରେ ଏହାର ପ୍ରସସ୍ତିକରଣ ଲାଗି ଏକ ଚୁକ୍ତି ହୋଇଥିବା ବେଳେ ୨୦୧୯ରେ ଏହା ଶେଷ ହେବାର ଥିଲା । ମାତ୍ର ଅଦ୍ୟାବଧି ୫୦% କାର୍ଯ୍ୟ ଶେଷ ହୋଇନଥିବାରୁ ଲୋକମାନେ ଯିବା ଆସିବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବାଲାଗି ଏହି ରାସ୍ତା ବ୍ୟବହାର କରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ଏସ୍‌ଡିପିଓ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ, ଉଦ୍ୟାନ କାର୍ଯ୍ୟାଳୟ, ପିଏଚ୍‌ଡି କାର୍ଯ୍ୟାଳୟକୁ ଯିବାଲାଗି ସାଧାରଣ ଲୋକମାନେ ଏହାକୁ ବ୍ୟବହାର କରିଥାନ୍ତି । ଏହି ରାସ୍ତାରେ ଧୂଳି ଉଡୁଥିବାରୁ ପାଶ୍ୱର୍ରେ ଥିବା ଅଧିବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ତ୍ୱରାନ୍ନିତ କରାନଗଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦିଆଯାଇଛି । ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବରିଷ୍ଠ ନେତା ଅରୁଣ ବେଜ, କାଉନ୍‌ସିଲର ଶିବନାରାୟଣ ମହାପାତ୍ର, ଚନ୍ଦନ ଦାସ, ଉମା ହେମ୍ବ୍ରମ, ନଗେନ୍ଦ୍ର ପାତ୍ର, ନନ୍ଦନ ଦତ୍ତ, ବରେନ୍ଦ୍ର ପରିଡା, ବିପିନ ବିଶ୍ୱାଳ, ଅନନ୍ତ ଦାସ, ଅମ୍ବିକା ପ୍ରଧାନ, ଅମୂଲ୍ୟ ସେନାପତି, ବାସୁଦେବ ପରିଡା, ସୁଜୟ ଗିରି, ତାପସ ପାତ୍ର, ରାମକୃଷ୍ଣ ସାହୁ, ସୁମତି ରଣା, ଅରୁଣ ଦାସ ସୌମ୍ୟରଂଜନ ସାହୁ, ଦୁର୍ଗଶଂକର ଭୂୟାଁ, ଜଗନ୍ନାଥ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ତହସିଲଦାର ମିହିର ରଂଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା