ପୁରୁଣାଙ୍କୁ କିଏ ପଚାରେ !…

ସୋରଡ଼ା (ସମୃଦ୍ଧ ଓଡିଶା) ଟିପିଏସଓଡିଏଲ୍ ର ମନ ଇଚ୍ଛା କାରବାର ଯୋଗୁଁ ବର୍ତ୍ତମାନ ମିଟର ରିଡିଂ କର୍ମଚାରୀ ମାନେ ବହୁତ ପ୍ରଭାବିତ ହୋଇଛନ୍ତି । ପୂର୍ବରୁ ମିଟର ରିଡ଼ିଂ କରୁଥିବା କର୍ମଚାରୀଙ୍କ ଠାରୁ ସବୁ ସରଞ୍ଜାମ ଛଡାଇ ନେଇ ଯାଇଥିଲେ । ବର୍ତ୍ତମାନ ଟାଟା ଏହାକୁ ନେବା ପରେ ନୂତନ ଭାବେ ଏମ୍ପାୟାର୍ ଏଣ୍ଟରପ୍ରାଇଜେସ ଏଜେନ୍ସିକୁ ଏହା ପ୍ରଦାନ ହେବା ପରେ ସରଞ୍ଜାମ ବାବଦକୁ ୨୦ ହଜାର ଟଙ୍କା ଓ ବିଲ ଆଦାୟ ବାବଦକୁ ୩୦ ହଜାର ଟଙ୍କା ମାଗିଥିଲେ । ଏହି ଟଙ୍କା ଦେବା ପାଇଁ ସେମାନେ ଅସମର୍ଥ ହେବାରୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରି, ନୂତନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଯୋଉ କଥା କେବଳ ଗଞ୍ଜାମ ଜିଲ୍ଲାରେ ହିଁ ଦେଖିବାକୁ ମିଳୁଛି । ଏଜେନସିର ଏହି ପରି ବୈମାତୃକ ମନୋଭାବକୁ ବିରୋଧ କରି ମିଟର ରିଡ଼ିଂ କର୍ମଚାରୀ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱ ରେ ବ୍ରହ୍ମପୁର, ଦିଗପହଣ୍ଡି ଓ ଛତ୍ରପୁରର ପ୍ରାୟ ୧୨୧ ଜଣ କର୍ମଚାରୀ ମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ବହୁ ବର୍ଷ ଧରି ମିଟର ରୀଡିଂ କରିଆସୁଛନ୍ତି । ଏଣୁ ପୁରୁଣା କର୍ମଚାରୀଙ୍କୁ ମିଟର ରିଡିଂ କାର୍ଯ୍ୟରେ ପୁଣିଥରେ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଶ୍ରୀନିବାସ ପାଢ଼ୀ, ଏସ ବାବୁ ରାଓ, ମହେଶ୍ୱର ମାଳି, ବିଜୟ କୁମାର ଦାସ ସମେତ ଅନେକ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ: ଆଶୁତୋଷ ପଟ୍ଟନାୟକ