

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁର ନଗର ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ କୋଭିଡ କଟକଣା ପାଳନ ପୂର୍ବକ ସ୍ମୃତିଚାରଣ ସଭା ସହ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅରୁଣ କୁମାର ପଣ୍ଡା, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ପୃଥୀବି ରାଜ ମହାପାତ୍ର, ନଗର ମଣ୍ଡଳ ସଭାପତି ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ନିତି ଆଦର୍ଶରେ ଆଲୋକ ପାତ କରିଥିଲେ । ପରେ ମନ୍ଦିର ନିକଟରେ ବୃକ୍ଷରୋପଣ କରାଯାଇଥିଲା ଏଥିରେ ବିଜେପି କର୍ମୀ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


