ପୁର୍ବଖଣ୍ଡ ତାଲୁକା ହିଞ୍ଜିଳିକାଟୁ ବିଶ୍ୱକର୍ମା ମନ୍ଦିରକୁ ନେଇ ବେନାମୀ କମିଟିର ଲୋଲୁପଦୃଷ୍ଟିକୁ ଚେତାବନୀ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ସାଠିଏ ବର୍ଷ ପୂର୍ବେ ନିର୍ମିତ ବିଶ୍ୱକର୍ମା ସମାଜ ପୂର୍ବଖଣ୍ଡ ତାଲୁକାର ଏକ ମାତ୍ର ବିଶ୍ୱକର୍ମା ମନ୍ଦିର ବାରାହୀ ପାହାଡ ପାଦଦେଶରେ ଏହି ମନ୍ଦିର ଗତ ତା ୪/୧୧/୨୦୧୮ରିଖରେ ଗଣତାନ୍ତ୍ରିକ ପଦ୍ଧତିରେ ଆନୁଷ୍ଠାନିକ ଭାବେ ଗଠିତ ହୋଇଥିଲା l ମନ୍ଦିର ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ମହାରଣାଙ୍କ ନେତୃତ୍ଵ ରେ କମିଟିର ଯୁବ କର୍ମକର୍ତ୍ତା ମନ୍ଦିରର ଉନ୍ନତି ପାଇଁ ସଂଘବଦ୍ଧଭାବେ କାର୍ଯ୍ୟ କରିବା ଯୋଗୁଁ ଏବଂ ତାଲୁକାର ପ୍ରାୟ ୮୦ଟି ଗ୍ରାମର ସମସ୍ତ ଜାତି ଭାଇ ମାନଙ୍କର ସାହାଯ୍ୟ ଓ ସହଯୋଗରୁ ପୁରାତନ ଓ ଜରାଜୀର୍ଣ୍ଣ ମଞ୍ଚ ପୁନଃଉଦ୍ଧାର କାର୍ଯ୍ୟ ସମାପନ ହୋଇପାରିଥିଲା l ଏହାଛଡା ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ହାତ ପାଣ୍ଠିରୁ କିଛି ଅନୁଦାନ ମିଳିଥିବା ଜଣାପଡିଛି l ହିଞ୍ଜିଳିକାଟୁର କାଠ ବ୍ୟବସାୟୀ ବାବାନାଥ ମହାରଣା ତା ୨୪/୦୯/ରେ ଏକ ପ୍ଲାଇ କମ୍ପାନୀ ପ୍ରାୟୋଜିତ ବୈଠକ କରିବାପାଇଁ କହି ମନ୍ଦିର ପରିସର କୁ ଭଡ଼ା ସୂତ୍ରରେ ନେବାପାଇଁ ମନ୍ଦିର ନିୟମାନୁସାରେ ଟ ୧୦୦୦/ଙ୍କା ମାତ୍ର ପୈଠ କରି ଥିଲେ ରସିଦ ନମ୍ବର ୧୪୩/୨୧.୦୯.୨୩ରେ ସଭାପତି ଙ୍କ ନିକଟରେ ପୈଠ କରିଥିଲେ l କିନ୍ତୁ ମିଛ ମନ୍ଦ ଉଦ୍ଦେଶ୍ୟ ରଖି ମନ୍ଦିର ପରିସର ରେ ପ୍ଲାଈ କମ୍ପାନୀ ବୈଠକ ପରିବର୍ତ୍ତେ ହିଞ୍ଜିଳିକାଟୁ ର ୧୦_୧୨ଜଣ ଜାତି ଭାଇ ଙ୍କୁ ଏକାଠି କରି ପରସ୍ପର ମଧ୍ୟରେ ଫୁଲମାଳ ଆଦାନ ପ୍ରଦାନର କରି ଏକ ମନ୍ଦିର ଉନ୍ନୟନ କମିଟି ଗଠନ କରିଛନ୍ତି l ଉକ୍ତ କମିଟି ର ସଭାପତି ନିଜେ ବାବାନାଥ ମହାରଣା ରହିଛନ୍ତି l ଯାହାକି ସୋଷିୟାଲ ମିଡିଆ ଏବଂ ୨୫/୯/୨୩ତାରିଖ ର ପ୍ରଗତିବାଦୀ ଯୁଗାଦ୍ଧ ସମ୍ବାଦ ପେପର୍ ରେ ପ୍ରକାଶିତ ଖବରରୁ ସେମାନେ ଜାଣିବାକୁ ପାଇଲେ ବୋଲି ଅଭିଯୋଗ କରିଛନ୍ତି l ଏହି ଆତ୍ମଘୋଷିତ ମନ୍ଦିର ଉନ୍ନୟନ କମିଟିର କୌଣସି ସଦସ୍ୟ ବିଗତ ଦୀର୍ଘ ଦିନ ହେଲା ମନ୍ଦିର ପରିସର କୁ କେବେ ମଧ୍ୟ ଆସିନାହାନ୍ତି କିମ୍ବା ମନ୍ଦିର ଉନ୍ନୟନ ପାଇଁ କୌଣସି ପ୍ରକାର ଆର୍ଥିକ, ଶାରୀରିକ କିମ୍ବା ମାନସିକ ସହଯୋଗର ହାତ ବଢ଼େଇ ନାହାନ୍ତି l ବରଂ ଜାତିଭାଇ ମାନଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରି ଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି l ପ୍ରକାଶଥାଉକି ଆଗାମୀ ମାର୍ଗଶୀର ମାସରେ ମନ୍ଦିରକୁ ସଂସ୍କାର ପୂର୍ବକ ନୂତନ ବିଗ୍ରହ ସ୍ଥାପ କରାଯିବ l ଏହି ଆତ୍ମଘୋଷିତ ମନ୍ଦିର ଉନ୍ନୟନ କମିଟି ମନ୍ଦ ଉଦ୍ଦେଶ୍ୟ ରଖି କିଛି କୁଚକ୍ରୀ ବ୍ୟକ୍ତି ଙ୍କ ତତ୍ତ୍ଵାବଧାନରେ ବିଶ୍ୱକର୍ମା ଭାଇ ମାନଙ୍କୁ ଚାଟୁକଥାରେ ପ୍ରବର୍ତ୍ତାଇ ସୁପରିକଳ୍ପିତ ଯୋଜନା ବଦ୍ଧ ଭାବେ ଅର୍ଥ ନୈକିତ କାରବାର ସହ ସଂଶ୍ଳିଷ୍ଟ ରହି ମନ୍ଦିର ଅର୍ଥ ଲୁଣ୍ଠନ କରିବାପାଇଁ ଯେଉଁ ହିନ ପ୍ରୟାସ କରୁଛନ୍ତି ତାହା କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି l ଫଳରେ ମନ୍ଦିରର ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ଏହି ଆତ୍ମଘୋଷିତ କୁଚକ୍ରି ଉନ୍ନୟନ କମିଟି କୁ ସହଯୋଗ ନ କରିବାପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ପୂର୍ବଖଣ୍ଡ ତାଲୁକାର ସମସ୍ତ ଜାତି ଭାଇଙ୍କୁ ପ୍ରକୃତ କମିଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି l ଏହି ଅଗଣତାନ୍ତ୍ରିକ ମନ୍ଦିର ଉନ୍ନୟନ କମିଟି କୌଣସି ବିଶୃଙ୍ଖଳା ସୃଷ୍ଟିକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ପ୍ରକୃତ କମିଟିର ସଭାପତି ଓ ସମ୍ପାଦକ ଜଣାଇଛନ୍ତି l

ରିପୋର୍ଟ : ରଜତ ପଟ୍ଟନାୟକ