ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ବର୍ବୋରଚିତ ହାମ୍ଲରେ ଭାରତରେ ୪୪ଜଣ ଯବାନଙ୍କ ଶହୀଦ ଯୋଗୁଁ ଜଳେଶ୍ୱର ଅଂଚଳରେ ଆବାଳ ବୃଦ୍ଧବନୀତା ସମବେଦନା ଜଣାଇଛନ୍ତି । ଆଜି ସକାଳଠାରୁ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଶୋକାଭିଭୂତ ଜନସାଧାରଣ ଶ୍ରଦ୍ଧାଞ୍ଜଳି ସଭା, ନୀରବ ପ୍ରାର୍ଥନା ଓ ସଂଧ୍ୟରେ ମହମବତୀ ଶୋଭାଯାତ୍ରା ଦ୍ୱାରା ପ୍ରତିବାଦ ତଥା ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶୋକାକୂଳ ବୀଣାପାଣୀ ଛାତ୍ରବାସର ଛାତ୍ରମାନେ, ବରିଷ୍ଠ ଶିକ୍ଷକ ସୁନୀଲ କୁମାର ନାୟକ, ଶଶିକାନ୍ତ ପ୍ରଧାନ, ସୁବାଶ ଦାଶ, ଶ୍ରୀକାନ୍ତ ଦାସ, ହରେକୃଷ୍ଣ ଜେନା, ରାଜେନ୍ଦ୍ର ପାଣିଗ୍ରାହୀ, ମନୋଜ ପାଣିଙ୍କ ନେତୃତ୍ୱରେ ମହମବତୀ ଶୋଭାଯାତ୍ରା କରିବା ସହିତ ଶହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଚାଳନା କମିଟିର ସଦସ୍ୟ ବାର୍ ସଭାପତି ଚିନ୍ମୟ କୁମାର ଦାସ, ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତୀ, ଯୁବନେତା ପ୍ରତୀପ କୁମାର ପ୍ରଧାନ, ଅଶୋକ ଦାସ, ପ୍ରଶାନ୍ତ ଦେ, ସରୋଜ ପାଣିଗ୍ରାହୀ, ଲେଲିନ ପ୍ରଧାନ ପ୍ରମୁଖ ଏହି ଶୋଭାଯାତ୍ରାରେ ଯାଇ ଆତଙ୍କ ବାଦୀଙ୍କ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲେ । ସେହିପରି ଲିଆଫି ସଂଘ ପକ୍ଷରୁ ଭାସ୍କର ମିଶ୍ର, ନିତାଇ ଲାଲ ଦେ, ଅତୁଲ ଚନ୍ଦ୍ର ଦାସ ମହାପାତ୍ର, ସଂଜୟ ସ୍ୱାଇଁ, ମଧୁସୂଦନ ଜେନା, ପ୍ରତାପ କୁମାର ମହାନ୍ତି, ଗୋପାଳ ମହାପାତ୍ର, ତପନ ପଣ୍ଡା, ଦିପକ ପ୍ରଧାନ, ଆଲୋକ ପରିଡା ମଧ୍ୟ ମହମବତୀ ଶୋଭାଯାତ୍ରା କରିବା ସହ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନୁରୂପଭାବେ କଂଗ୍ରେସର ରାଜ୍ୟ ପ୍ରଭାରୀ ସୁଦର୍ଶନ ଦାସ , ପୂର୍ବତନ ପୌରପାଳ ସୁନିଲ ପରିଡା, ଯୁବକଂଗ୍ରେସ ବ୍ଲକ ସଂପାଦକ ଗିରିଜା କିଂକର ଦାସ, ବର୍ତ୍ତନା ସରପଂଚ ପଦ୍ମଲୋଚନ ବେହେରାଙ୍କ ସମେତ ବହୁ ଯୁବକ ମହମବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଦିଗମ୍ବରୀଦବେୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ମହମବତୀ ଶୋଭାଯାତ୍ରାରେ ଆସି ଷ୍ଟେସନ ଛକ ନିକଟରେ ଏକ ଶୋକାକୂଳ ସଭାରେ ଯୋଗ ୋଦଇଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି ପୌରହତ୍ୱ କରିଥିଲେ । ପୂର୍ବତନ ବିଧାୟକ ଦେବୀପ୍ରଶନ୍ନ ଚନ୍ଦ, ବରିଷ୍ଠ ଆଇନ୍ଜିବୀ ସତ୍ୟସୁନ୍ଦର ଦାସ, ଜିତାଂଶୁ ନନ୍ଦି, ସିପିଏମ୍ ଲୋକାଲ କମିଟି ସଂପାଦ୍କ ଦିଲ୍ଲୀପ ଗିରି, ବିଜେପିର କୃଷକମୋର୍ଚ୍ଚ ରାଜ୍ୟ ଉପସଭାପତି ସମୀର ପାତ୍ର, ନବେନ୍ଦୁ ପ୍ରଧାନ, ଅଧ୍ୟାପିକା ଇନ୍ଦୁମତୀ ଗିରି, ଅନନ୍ତ ଦାସ, ସଂଜୟ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଉପସ୍ଥିତ ଜନସାଧାରଣ ଭାବାବେଗ ପରିପ୍ରକାଶ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା