ପୂଜ୍ୟ ଗୁରୁଜୀଙ୍କ କରକମଳରେ ଶ୍ରୀ ସାଇ ସେବାଳୟ ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ମାଣ୍ଡିଆପଲ୍ଲୀ ସାଇ ମନ୍ଦିର ପାଖରେ ନିର୍ମିତ ସାଇ ସେବାଳୟ (କଲ୍ୟାଣ ମଣ୍ଡପ) ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଆନ୍ତର୍ଜାତିକ ସ୍ତରରେ ଆଧ୍ୟାତ୍ମିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଏଠାରେ ପହଞ୍ଚିଥିଲେ । ସେଠାରେ ଥିବା ଶହ ଶହ ସାଇ ଭକ୍ତ ଗୁରୁଜୀଙ୍କ ଉପରେ ପୁଷ୍ପବୃଷ୍ଟି କରି ଗୁରୁ ଦର୍ଶନ କରିଥିଲେ । ସେଠାରେ ଗୁରୁଜୀଙ୍କୁ ଘଣ୍ଟଘଣ୍ଟା କାହାଳୀ ଓ ଯୋଡିଶଙ୍ଖ ବାଦ୍ୟ ବାଜଣା ମଧ୍ୟରେ ସାଇ ସେବାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରେ ଶ୍ରୀ ଗୁରୁଜୀ ସାଇ ସେବାଳୟ ଲୋକାର୍ପଣ କରିଥିଲେ । ଏହି ଅବସରରେ ଆଧ୍ୟାତ୍ମିକ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା କଣ୍ଠଶିଳ୍ପୀମାନେ ସୁମଧୁର ଭଜନ ପରିବେଷଣ କରିଥିଲେ । କର୍ଯ୍ୟକ୍ରମ ଶେଷରେ ଶ୍ରୀ ଗୁରୁଜୀ ଆଶୀର୍ବାଦ ଦେଇ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଇ ମନ୍ଦିର ମୁଖ୍ୟ ପରିଚାଳକ ଶ୍ରୀମତୀ ବୈଜୟନ୍ତୀ ମିଶ୍ର ଓ ପ୍ରଫେସର ବାଞ୍ଛାନିଧି ମିଶ୍ରଙ୍କ ସମେତ ସାଇ ଭକ୍ତମାନେ ଆୟୋଜିତ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା