
ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରଷ୍ଟା ଠାରୁ ସୃଷ୍ଟି ଅଧିକ କ୍ରିୟାଶୀଳ, କୃତିତ୍ୱ ଅର୍ଜନ କଲେ ଶ୍ରଷ୍ଟା ଅଧିକ ଆନନ୍ଦିତ ହୋଇଥାଏ । ତେଣୁ ଚେତନାର ପ୍ରାୟୋଗଶାଳା ବିଦ୍ୟାଳୟରେ ଶିକ୍ଷକ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଛାତ୍ରଛାତ୍ରୀଙ୍କୁ ଜ୍ଞାନି, ଗୁଣି ମଣିଷପାଣିଆର ଶ୍ରେଷ୍ଠ ନିଦର୍ଶନ କରାଇପାରିଲେ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରେ ବୋଲି ଏକ ବର୍ଣ୍ଣାଢ୍ୟ ପରିବେଶରେ ଦୀନକୃଷ୍ଣ ନୋଡାଲ ବିଦ୍ୟାଳୟ ଓ ପୂର୍ଣ୍ଣଚନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଅବସରକାଳୀନ ସଭାରେ ମତପ୍ରକାଶ ପାଇଛି । ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜନ୍ମସ୍ଥାନ ମୁଣୁତୁଣିଆ ଗାଁରେ ଅବସ୍ଥିତ ଏହି ବିଦ୍ୟାଳୟର ୪ ଶିକ୍ଷକଙ୍କ ଅବସର ଗ୍ରହଣ ଅବସରରେ ପ୍ରଧାନ ଶିକ୍ଷକ ହିମାଂଶୁ ସେଖର ଘୋଷ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ଅନ୍ୟତମ ବିନ୍ଧାଣୀ ପୂର୍ବତନ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ଖାଟୁଆ ଉତ୍ସବକୁ ଉଦ୍ଘାଟନ କରି ଏହା ସେ ଅଂଚଳର ଏକ ଶ୍ରେଷ୍ଠ ଶ୍ରୀକ୍ଷେତ୍ର ଭାବେ ଅଭିହିତ କରି ଶିକ୍ଷକଙ୍କ ସ୍ନେହ, ମମତା, ଅନୁଶାସନ ଆଜିବି ଅବିସ୍ମରଣୀୟ ବୋଲି କହିଥିଲେ । ବିଶିଷ୍ଠ କଣ୍ଠ ଶିଳ୍ପୀ ସୌରଭ ନାୟକଙ୍କ ଦ୍ୱାରା ଭଜନ ଓ ଶାସ୍ତ୍ରୀୟ ସଂଗୀତ ଅବସରକାଳୀନ ସଭାକୁ ରୁଦ୍ଧିମନ୍ତ କରିଥିଲା । ୨ୟ ଅଧିବେଶସନର ଅଷ୍ଟାର ପ୍ରାପ୍ତନ ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ମିଶ୍ର ସଭାପତିତ୍ୱ କରି ସୂଚନା ଓ ସ୍ୱାଗତ ଜଣାଇଥିଲେ । ମୁଖ୍ୟ ଅତିଥିଭାବେ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ହରପ୍ରସାଦ ବାରିକ, ସମ୍ମାନୀତ ଅତିଥିଭାବେ ଓଷ୍ଟାର ପ୍ରାପ୍ତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି, ଜିଲା ସଭାପତି ବାଦଲଚନ୍ଦ୍ର ଦାସ, ଜିଲା ସଂପାଦକ ମନୋରଂଜନ ଦାସ, ବଂଶୀଧର ବାରିକ, ପରିଚାଳନା କମିଟି ସଭାପତି ସପନ ଘୋଷ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଐତିହ୍ୟ, ସଂସ୍କୃତି ଏବଂ ଛାତ୍ରଛାତ୍ରୀଙ୍କ ମହନୀୟତା ସଂପର୍କରେ କହିଥିଲେ । ଅବସର ନେଉଥିବା ଶିକ୍ଷକ ହିମାଂଶୁ ଶେଖର ଘୋଷ, ହରିଶ୍ଚନ୍ଦ୍ର ଦାସ, ଜଗଦୀଶ ଚନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ଶିଳଙ୍କୁ ସମ୍ବର୍ନ୍ଧନା ଦିଆଯାଇଥିଲା । ଏହି ଅବସରରେ ସେ ଅଂଚଳର ବହୁ ନେତୃସ୍ଥାନୀୟ ବ୍ୟକ୍ତତି, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏବର ପ୍ରଧାନ ଶିକ୍ଷକ ସୁକୁମାର ପ୍ରଧାନ ମଞ୍ଚ ଆହ୍ୱାନ କରିଥିବା ବେଳେ ମୋ ସ୍କୁଲ ଅଭିଯାନର ଜିଲା ସଂଯୋଜକ ସନ୍ଦିପ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷାିକା, କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ଅଜୟ ଘୋଷଙ୍କ ଦ୍ୱାରା କଳାକୃତିର ରଙ୍ଗୋଲି ପ୍ରଦର୍ଶନ କରାଯାଇଥିଲା ।
ରିପୋର୍ଟ : ଭୂପତି ପରିଡା