

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆତଙ୍କବାଦ ବିରୋଧ ଦିବସ ପାଳିତ କରାଯାଇଛି । ଏହି ଅବସରରେ ଅହିଂସା, ଶାନ୍ତି ଓ ସହିସ୍ତୁତା ପ୍ରତି ଦୃଢ ବିଶ୍ୱାସ ରଖିବା ଉପରେ ଶପଥ ଗ୍ରହଣ କରାଯାଇଛି । ଆତଙ୍କବାଦ ହିଂସାକୁ ବିରୋଧ କରିବା ସହ ଶାନ୍ତି ଓ ସଂହତି ବଜାୟ ରଖିବା ଏବଂ ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ଧମକ ବିରୋଧରେ ରହିବା ପାଇଁ ମଣ୍ଡଳ ରେଳ ପ୍ରାବନ୍ଧିକ ଶଶୀକାନ୍ତ ସିଂ ଖୋର୍ଦ୍ଧା ରେଳ ମଣ୍ଡଳ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ବରିଷ୍ଠ ମଣ୍ଡଳ କର୍ମଚାରୀ ଅଧିକାରୀ ସୁରେଶ କୁମାର ବେହେରା ଏହି ଶପଥ ପାଠ ଉତ୍ସବକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା