
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବୁଧବାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ତଥା ରାଇବଣିଆ ଥାନାର ଚମାର ଗାଁ’ର ବିଶିଷ୍ଟ ଗବେଷକ ତଥା ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କର ସହର୍ଧମୀଣି ଚଞ୍ଚଳାମଣି ପାତ୍ର (୭୨)ଙ୍କର ସକାଳ ୮.୩୦ି. ସମୟରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି କିଡ଼ନୀ ରୋଗରେ ପିଡିତ ଥାଇ ଚିକିତ୍ସତ ହୋଇ ଆସୁଥିଲେ । ତାଙ୍କର ୨ଝିଅ ସୁଜାତା ଓ ମମତା, ଜ୍ୱାଇଁ ବଳରାମ ଓ ଅଞ୍ଜନ ସହିତ ଅତିପ୍ରିୟ ଭଣଜା ହେମନ୍ତ ଗିରି ମୃତ୍ୟୁ ଶର୍ଯ୍ୟାନିକଟରେ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ସମଗ୍ର ଜଳେଶ୍ୱର ଓ ରାଇବଣିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ, ସାଧୁଚରଣ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବୀ, ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଳେଶ୍ୱର ସ୍ଥିତ ଉତ୍କଳ ସମ୍ମିଳନୀ ଶାଖା, ସ୍ପୋର୍ଟସ୍ ଏଣ୍ଡ କାଲ୍ଚୁରାଲ ଏସୋସିଏସନ, ଜଳେଶ୍ୱର ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଶୋକ ବ୍ୟକ୍ତ କରାଯିବା ସହିତ ସଂଧ୍ୟାରେ ଆଇନ୍ଜିବୀ ଚିନ୍ମୟ କୁମାର ଦାସଙ୍କ ପ୍ରସ୍ତାବ କ୍ରମେ ୨ମିନିଟ୍ ନିରବ ପ୍ରାର୍ଥନା ଭଞ୍ଜ ଭବନରେ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା