ଜଳେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନେଅତିକ ଉଷ୍କମତା ସେତେ ବଢୁଛି । ବାଲେଶ୍ୱର ଜିଲାରେ ଜଳେଶ୍ୱର ଏକ ରାଜନୈତିକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଠାରେ ଚାଲିଥିବା ହଟଚମଟ ଭୋଟରଙ୍କ ଉତକଣ୍ଠା ବଢିଚାଲିଛି । ଜଳେଶ୍ୱରର ପୂର୍ବତନ କଂଗ୍ରେସ ବିଧାୟକ ଦେବୀପ୍ରଶନ୍ନ ଚନ୍ଦ କଂଗ୍ରେସ ଦଳ ଛାଡି ହଠାତ୍ ବିଜେପରେ ଯୋଗଦାନ କରିଥିବାରୁ ବିଜେପି ଅଧିକ ଚଳଚଞ୍ଚଳ ଓ ସକ୍ରୀୟ ହୋଇ ଉଠିଛି । ଅପରପକ୍ଷରେ କଂଗ୍ରେସ ନିଜର ଶକ୍ତି ଦେବାଲାଗି ମଧ୍ୟ ଅଣ୍ଟା ଭିଡିଛି । ୨୦୦୯ରୁ୨୦୧୪ମସିହା ପର୍ଯ୍ୟନ୍ତ ଦେବୀପ୍ରଶନ୍ନ ଚନ୍ଦ କଂଗ୍ରେସ ଦଳରୁ ଜଳେଶ୍ୱରର ବିଧାୟକ ଥିଲେ । ପରେ ସେ ଏକ ବିବାଦମାନ ଭାବେ ଓଡିଶା ବିଧାନସଭାର ବାଚସ୍ପତି କାର୍ଯ୍ୟ ତୁଲାଇଥିଲେ । ୨୦୧୪ ମସିହା ନିର୍ବାଚନରେ ସେ କଂଗ୍ରେସରୁ ପୁଣି ପ୍ରାର୍ଥୀ ହୋଇ ମୋଟ ୫୩ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୮୬ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହେବାପାଇଁ ଇଚ୍ଛାପ୍ରକାଶ କରିଥିବା ବେଳେ କଂଗ୍ରେସ ସୁପ୍ରିମ ରାହୁଲ ଗାନ୍ଧୀ ସମାଜସେବୀ ସୁଦର୍ଶନ ଦାସଙ୍କୁ କଂଗ୍ରେସରେ ଦିଲ୍ଲୀଠାରେ ମିଶ୍ରଣ କରାଇଥିଲେ । ଫଳରେ କଂଗ୍ରେସ ମଧ୍ୟରେ ଅର୍ନ୍ତଦ୍ୱନ୍ଦ ଲାଗି ରହିଥିଲା । ନିକଟରେ ଦେବୀ ପ୍ରସନ୍ନ ଚନ୍ଦ ବିଜେପିରେ ଯୋଗ ଦେଇଛନ୍ତି । ଏ ସଂପର୍କରେ ତାଙ୍କୁ ପଚାରାଯିବାରୁ ସେ କହିଲେ କଂଗ୍ରେସ ଦଳ ଏବେ ଲୋକଙ୍କର ହୋଇ ରହିନାହିଁ ବରଂ ବ୍ୟବସାୟୀକରଣ ହୋଇଛି । ୧୯୯୨ ମସିହାରୁ ଶୃଙ୍ଖଳିକ କର୍ମୀଭାବେ କାର୍ଯ୍ୟ କରିଆସୁଥିବା ବେଳେ ସର୍ଭେ ନାମରେ ବିଭ୍ରାନ୍ତ କରି ତାଙ୍କୁ ଉପେକ୍ଷା କରାଯାଇଛି । ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ବାଲିଆପାଳରୁ ଜୟନାରାୟଣ ମହାନ୍ତି ଆସି ତାଙ୍କର ପୂର୍ବସ୍ଥାନ ଜଳେଶ୍ୱରରେ ବିଜେପିରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପ୍ରଚେଷ୍ଟା ଦେବୀ ପ୍ରସନ୍ନ ଚନ୍ଦ ବସ୍ତା-ବାଲିଆପାଳ ନିର୍ମାଚନ ମଣ୍ଡଳୀରୁ ବିଜେପିରେ ପ୍ରାର୍ଥୀ ହେବାର ସୂଚନା ମିଳିଛି ।
ରିପୋର୍ଟ : ଭୂପତି କୁମାର ପରିଡା