
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଜ୍ଞାପିତ ଅଂଚଳ ପରିଷଦର ପୂର୍ବତନ କାଉନ୍ସିଲର ତଥା ବିଶିଷ୍ଟ ସମାଜସେବୀ ଭୂପତି ଅଣ୍ଡିଆଙ୍କର ଗତ ବୁଧବାର ରାତି ୧୧ଟା ସମୟରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ୯୫ବର୍ଷ ହୋଇଥିଲା । ସେ ଶାନ୍ତିଆ ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସେ ଦୈନିକ ଜଳେଶ୍ୱର ହାଟର ବିଶିଷ୍ଟ ବ୍ୟବସାୟୀ ରୂପେ ବେଶ୍ ପ୍ରତିଷ୍ଠିତ ଥିଲେ । ତାଙ୍କ ମୃତ୍ୟୁ ଖରବ ପାଇ ସମାଜସେବୀ ସିତାଂଶୁ ସେଖାର ସେନାପତି, ଅଶୋକ ଜେନା, ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ଇଂ ଗୌରୀଚରଣ ଗିରି ପ୍ରମୁଖ ଶେଷ ଦର୍ଶନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା