ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମବାର୍ଷିକୀ ପାଳିତ…

ବ୍ରହ୍ମପୁର/ଚିକିଟି (ସମୃଦ୍ଧ ଓଡିଶା) ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ‘ସୋରଳ ଛକସ୍ଥିତ ଆଞ୍ଚଳିକ ବିଜେପି କାର୍ଯ୍ୟାଳୟ’ଠାରେ ଦଳର ଯୁବମୋର୍ଚ୍ଚା ଉପସଭାପତି ପ୍ରିୟରଞ୍ଜନ ବେହେରା, ମଣ୍ଡଳ ସଭାପତି ବାବାଜୀ ଓଡ଼ିଆ ଏବଂ ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ଆଜିସକାଳେ ଚିକିଟି ବିଧାନସଭା ପ୍ରଭାରୀ ତଥା ପ୍ରିୟରଞ୍ଜନ ବେହେରା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳବିହାରୀ ବାଜପେୟୀ ଜୀଙ୍କୁ ଶତ ଶତ ପ୍ରଣାମ । ନିଜର ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତ ପୂର୍ବ ଶିଖରକୁ ନେଇଯାଇ ଥିଲେ । ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ନିମନ୍ତେ ତାଙ୍କର ଉଦ୍ୟମ ଚିରକାଳ ସ୍ମରଣୀୟ ହୋଇ ରହିବ । ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମଣ୍ଡଳ ସଭାପତି ବାବାଜୀ ଓଡ଼ିଆ କହିଛନ୍ତି, ‘ଭାରତ ରତ୍ନଙ୍କ ଜନ୍ମ ବାର୍ଷିକୀରେ ଆଦର୍ଶ ଏବଂ ନୀତି ତଥା ଏକ ଦେଶ ଉତ୍ସର୍ଗୀକୃତ ଜୀବନ ସହ ଭାରତର ବିକାଶ, ଗରିବ କଲ୍ୟାଣ ଏବଂ ଉତ୍ତମ ଶାସନ ଯୁଗ ଆରମ୍ଭ କରିଥିବା ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଣାମ । ଅଟଳ ଜୀଙ୍କର କର୍ତ୍ତବ୍ୟ ଏବଂ ଜାତୀୟ ସେବା ସର୍ବଦା ଆମ ପାଇଁ ପ୍ରେରଣା କେନ୍ଦ୍ର ହେବ ବୋଲି ମୋତିଲାଲ ବେହେରା କହିଛନ୍ତି । ବାଜପେୟୀଙ୍କ ଉଲ୍ଲେଖନୀୟ ଭାଷଣ ସମେତ ତାଙ୍କ ଜୀବନ ଏବଂ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମଣ ରେଡ୍ଡୀ, ସିଏଚ. ବୈରାଗୀ ରେଡ୍ଡୀ, କୃଷ୍ଣଚନ୍ଦ୍ର ନାୟକ, ରୋହିତ ବେହେରା ପ୍ରମ୍ମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା