ପୂର୍ବତନ ପ୍ରଧାନମନ୍ତ୍ରୀ ୰ ଅଟଳ ବିହାରୀ ବାଜପେୟୀଙ୍କ ୧ମ ଶ୍ରଦ୍ଧ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରବାଦ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଜଳେଶ୍ୱର ଅଂଚଳରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି । ସ୍ଥାନୀୟ ପୁର୍ତ୍ତବିଭାଗ ଡାକବଂଗଳାଠାରେ ବିଜେପି ଜିଲା ଉପସଭାପତି ଅରୁଣ କୁମାର ବେଜଙ୍କ ପୌରହିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷକ ନେତା ସମୀର ପାତ୍ର, ଗଣେଶ ଚନ୍ଦ୍ର ମାଇତି, ଗଦାଧର ସିଂ, ଅମୂଲ୍ୟ ସେନାପତି, ଗିରିଜା ଶଂକର ଦାସ, ଗୌରୀ ଦଳେଇ ପ୍ରମୁଖ ଯୋଗ ଦେଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଅନୁରୂପଭାବେ ସିଦ୍ଧାର୍ଥ ଶଂକର ପାଳଙ୍କ ଅଧ୍ୟକ୍ଷତାରେ ପାଲ୍ଗୁନୀ ପାଣିଗ୍ରାହୀ, ତପନ କୁମାର ଦେ, ରବିନ୍ଦ୍ର ପାତ୍ର, ନଗେନ୍ଦ୍ର ବଡୁ, ସୁବ୍ରତ ଘୋଷ, ବିନୋଦ ଦତ୍ତ ପ୍ରମୁଖ ଯୋଗ ଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ଜଗନ୍ନାଥ ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷା ଜ୍ୟୋସ୍ନାô ଘୋଷଙ୍କ ପୌରହିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସରୋଜ ମହାନ୍ତି, ଶ୍ରବଣ କୁମାର ନାଥ, ମନାଲିସା ଚନ୍ଦ ପ୍ରମୁଖ ଯୋଗ ଦେଇ ବାଜପେୟୀଙ୍କ ପ୍ରଧାନ ମନ୍ତ୍ରୀ ସମୟରେ ହୋଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ସେହିପରି ଆଜି ବିଜେପି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ନଗର ସଭାପତି ଧ୍ରୁବଚରଣ ପାଳ, ଶାନ୍ତନୁ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନାଥୁରାମ ଅଣ୍ଡିଆ, ମନୋଜ ଶାସମଲ, ସୁଖପ୍ରଦ ସାମଲ, ଜୟନ୍ତ ପାତ୍ର, ନିତ୍ୟାନନ୍ଦ ଦାସ, ସବିତା ସିଂ, ପ୍ରମିଳା ସାମଲ, ରତ୍ନାକର ଜେନା ପ୍ରମୁଖ ଯୋଗ ଦେଇ ବାଜପେୟୀ ଏକାଧାରରେ ଜଣେ ଶ୍ରେଷ୍ଠ ସାଂସଦ, କବି, ସାମ୍ବାଦିକ, ସୁଲେଖକ ତଥା ଦକ୍ଷ ରାଜନେତା ଥିଲେ ବୋଲି ବର୍ଣ୍ଣନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା