ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ମହାନ୍ତି ଜଣେ ଦକ୍ଷ ସଂଗଠକ,ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ୨୦୦୯ ଏବଂ ୨୦୧୪ ରେ କ୍ରମାଗତ ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ସେ ତାଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରିଛନ୍ତି । ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ଭୁବନେଶ୍ୱର ଯୁବ ବର୍ଗ ଙ୍କ ପାଖ ରେ ବାଦଲ ଭାଇ ଭାବେ ସେ ସୁପରିଚିତ ଥିଲେ । ସମାଜ ର ଗରିବ ଓ ଅବହେଳିତ ଙ୍କ କଲ୍ୟାଣ ସାଧନ କୁ ସେ ସର୍ବଦା ପ୍ରାଧାନ୍ୟ ଦେଉଥିଲେ । ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।
ବାଚସ୍ପତିଙ୍କ ଶୋକପ୍ରକାଶ
ପୂର୍ବତନ ବିଧାୟକ ସମାଜସେବି ବିଜୟ କୁମାର ମହାନ୍ତିଙ୍କ ପରଲୋକ ଖବର ପାଇ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l 2009 ରୁ 2019 ପର୍ଯ୍ୟନ୍ତ ଲଗାତାର ଭାବେ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବେ ତାଙ୍କ ଦାଇତ୍ବ ତୁଲାଇ ଥିଲେ l ସମାଜର ତଳସ୍ତରେ ଥିବା ଜନ ସାଧାରଣଙ୍କର ସ୍ୱାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ l ତାଙ୍କର ପରଲୋକଗତ ଆତ୍ମାର ସଦଗତି କାମନା କରୁଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏକ ଶୋକବାର୍ତା ରେ ଜଣାଇଛନ୍ତି l
ରିପୋର୍ଟ : ରଜତ ମହାପାତ୍ର