

ରାୟଗଡ଼ା (ସମୃଦ୍ଧ ଓଡିଶା) ପୂର୍ବତନ ମନ୍ତ୍ରୀ ତଥା ରାୟଗଡ଼ା ଜିଲ୍ଳା ବିଜୁ ଜନତା ଦଳର ଜିଲ୍ଳା ସଭାପତି ଲାଲବିହାରୀ ହିମିରିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣମ ସ୍ଥାନାନ୍ତର କରାଯାଇଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ସୋମବାର ସକାଳୁ ସେ ଅସୁସ୍ଥ ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେ ରକ୍ତଚାପ, ମଧୁମେହ, ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ୧୬ ନମ୍ବର କ୍ୟାବିନରେ ଶ୍ରୀ ହିମିରିକାଙ୍କୁ ଭେଷଜ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦେ’ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶ୍ରୀ ହିମିରିକାଙ୍କ ୟୁରିନ ଇନଫେକ୍ସନ ହୋଇଥିବାରୁ ସେ ଅଧିକ ଗୁରୁତର ହୋଇପଡିଥିଲେ । କିନ୍ତୁ ମେଡିସିନ ପ୍ରଦାନ ସତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ନଆସିବାରୁ ସେ ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ବିଶାଖାପାଟଣାମ ସ୍ଥାନାନ୍ତର କରାଯାଇଥିବା ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
