ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଵାଚନ ମଣ୍ଡଳୀ ହିଞ୍ଜିଳିରେ ବିଜେଡିର ଜନସଂପର୍କ ପଦଯାତ୍ରା

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ଓ ବ୍ଲକ୍ ପକ୍ଷରୁ ମିଳିତ ଭାବେ ଗାନ୍ଧିଜୟନ୍ତି ଅବସରରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି। ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଙ୍କ ସଂଯୋଜନା ରେ ଆୟୋଜିତ ପଦଯାତ୍ରା ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ବାହାରି ବିଜୁପଟ୍ଟନାୟକ ଛକ ରେ ପହଞ୍ଚି ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହାପରେ କଲେଜ୍ ରୋଡ ଦେଇ ଶିଶୁ ଉଦ୍ୟାନ ଠାରେ ସମାପ୍ତ କରିଥିଲେ। ପଦଯାତ୍ରା ମାଧ୍ଯମରେ ବିଜେଡି ସରକାର ସମୟରେ ଗ୍ରାମ୍ୟ ଓ ସହରାଞ୍ଚଳ ର ବିକାଶ ସହିତ ଜନତା ଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଅଞ୍ଚଳର ଲୋକମାନଙ୍କୁ ଅବଗତ କରାଯିବା ସହ ବର୍ତ୍ତମାନ ସରକାର ଙ୍କ ବିଫଳତା ସମ୍ପର୍କରେ ସୁଚାଇଦିଆଜିବ ବୋଲି ବିଜେଡି ନେତା ପୁର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ପୁର୍ବତନ ବ୍ଳକ୍ ଅଧ୍ୟକ୍ଷ ଏନ୍. ରଘୁନାଥ, ପୁର୍ବତନ ନଗରପାଳ ହୃଦୟା ନନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଏ. ସୁଦର୍ଶନ, ପ୍ରୀତି ସାହୁ, ବିଜେଡି ନେତା ନିଳମଣି ପଟ୍ଟନାୟକ, ଦେବାନନ୍ଦ ମହାପାତ୍ର, ବାଇ. ରାମଚନ୍ଦ୍ର, ଅଜୟ ମହାରଣା, ପ୍ରଦୀପ ପଣ୍ଡା, ମନୋଜ ସାବତ, ଜଟି ମହାରଣା, ଚନ୍ଦନ ପାତ୍ର, ପ୍ରଭାତ ମହାରଣାଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।
ରିପୋର୍ଟ:-ରଜତ ପଟ୍ଟନାୟକ