

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଏନଜିଓ ହଲ ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ୩୫ ତମ ଶ୍ରାଦ୍ଧ ଦିବସ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ଦେବରାଜ ସାହୁ, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପତି, ସିପିଆଇ ନେତା ସୁଧାଂଶୁ ଶେଖର ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ପି.ଏମ.ଏନ. ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ କରିବା ସହ ସହରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି କରାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


