ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଦ୍-୧୯ଲାଗି ଦେଶରେ ଲକ୍ଡାଉନ୍ ପରିସ୍ଥିତି ଆରମ୍ଭ ହେବାପରେ ଗତ ୩ମାସେ ମଧ୍ୟରେ ଡିଜେଲ ଓ ପେଟ୍ରୋଲର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି । ଲକ୍ଡାଉନ୍ ସମୟରେ ରୋଜଗାର ସୀମିତ ହୋଇଥିବା ବେଳେ େ;ପଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧି ବଜାରଦର ବଢିବାରେ ସହାୟକ ହୋଇଛି । ଏଥିପାଇଁ ଆଜି ଜଳେଶ୍ୱର କଂଗ୍ରେସ ପକ୍ଷରୁ କୋଭିଦ୍-୧୯ର ନିତୀନିୀୟମକୁ ଆଖିରେ ରଖି ବ୍ଲକ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସର ରାଜ୍ୟ ପ୍ରବକ୍ତା ସୂଦର୍ଶନ ଦାସ, ରାଧାରାଣୀ ପାତ୍ର, ରିଆଜ ଖାଁ, ଜଗଦୀଶ ନନ୍ଦି, ନୟନ କୁମାର ପାଠୀ, ହେମନ୍ତ ଗିରି, ସୁନିଲ ପରିଡା, ସୁଧିର ମହାନ୍ତି, ସୁରେଶ ମହନ୍ତ, ଅନନ୍ତ ମଲ୍ଲିକ, ସେକ୍ ମୁସ୍ତାଫା, ନିଖିଲ କୁମାର ପାଠୀ, ରବିନ୍ଦ୍ର ନାରାୟଣ ଦାସ, ପ୍ରଦୀପ ଭଂଜ, ସରପଂଚ ପଦ୍ମଲୋଚନ ବେହେରା, ଶ୍ରୀକାନ୍ତ ସିଂ, ତପନ ସାସମଲ, ରିତେଶ୍ୱର ମହନ୍ତ, କମଳେଶ ଭୂୟାଁ, ସପନ ସାମଲ, ଅଂଜନା ପଟ୍ଟନାୟକ, ନବୀନ ପରିଡା, କମଳଲୋଚନ ବାରିକ, ରବି ଦାସ, ଜୟନ୍ତ ଦେ, ଖଗେନ୍ଦ୍ର ଜେନା, ପ୍ରଦୀପ ଭଂଜ, ନୁର୍ ହୋସେନ୍ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପରିଚାଳିତ ହୋଇଥିଲା । ସେମାନଙ୍କ ମତରେ ୨୦୧୪ରେ ବିଜେପି ସରକାର ଆରମ୍ଭବେଳେ ପେଟ୍ରୋଲର ଅବକାରୀ ମୂଲ୍ୟ ଲିଟରପ୍ରତି ୯.୨୦ ଥିବା ବେଳେ ଡିଜେଲର ୩.୪୬ ଥିଲା । ୬ବର୍ଷରେ ଏହା ବୃଦ୍ଧିପାଇ ଯଥାକ୍ରମେ ୨୩.୭୮ ଓ ୨୮.୩୭ ବୃଦ୍ଧିପାଇଛି । ଗତ ୬ବର୍ଷରେ କେନ୍ଦ୍ରରେ ମୋଦି ସରକାର ୧୮ଲକ୍ଷ କୋଟି ଟଙ୍କା ଏକ୍ସାଇଜ୍ ଡ୍ୟୁଟିରୁ ପାଇଥିବା ସୁଦର୍ଶନ ଦାସ କହିଥିଲେ । ଗତ ୧୮ଦିନ ମଧ୍ୟରେ ପେଟ୍ରୋଲ ୮.୫୦ ଓ ଡିଜେଲ ୧୦.୪୮ ବୃଦ୍ଧି ଘଟିଥିବା ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗତ ଜୁନ୍ ୨୪ତାରିଖରେ ଅଶୋଧିତ ପେଟ୍ରୋଲ ମୂଲ୍ୟ ବେରେଲ ପିଛା ୩୨୮୮ଟଙ୍କା କମିଥିବା ବେଳେ ଭାରତରେ ତାହା ଘଟିନାହିଁ । ଆଗାମୀ ଦିନରେ କଂଗ୍ରେସ ପେଟୋଲ, ଡିଜେଲ ଓ ଅନ୍ୟାନ୍ୟ କେତେକ ଘଟଣା ନେଇ ରାଜରାସ୍ତାକୁ ଓହ୍ଲାଇବା ନେଇ ଶ୍ରୀ ଦାସ ସୂଚନା ଦେଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶ୍ୟରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା