

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡ଼ିଜେଲ, ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ହ୍ରାସ କର ଦାବୀରେ ବାମ ପନ୍ଥୀ ଦଳ ପକ୍ଷରୁ ଆହୁତ ୬ ଘଣ୍ଟିଆ ଓଡିଶା ବନ୍ଦକୁ ବ୍ରହ୍ମପୁରରେ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ସିପିଏମ ପକ୍ଷରୁ ସହରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜିର ଏହି ବନ୍ଦକୁ ବ୍ୟବସାୟୀ, ବସ ମାଲିକ, ଓକିଲ, ଶ୍ରମିକ ସଂଗଠନ ଏବଂ ସଂଘ ଗୁଡିକ ସମର୍ଥନ କରିଥିବା ଯୋଗୁଁ ସେମାନଙ୍କୁ ଧନ୍ୟବାଦ ଜଣାଯାଇଛି । ଆଜି ବାମପନ୍ଥୀ ଦଳର ନେତାମାନେ ସକାଳେ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରିଥିଲେ । ତାପରେ, ପୋଷ୍ଟାଲ, ଏସବିଆଇ ମୁଖ୍ୟ ଶାଖା, ବୀମା ଡିଭିଜନ, ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହିତ ପ୍ରମୁଖ ସ୍ଥାନ ଗୁଡିକରେ ଶୋଭାଯାତ୍ରା କରିଥିଲେ । ଆଜିର ଏହି ପିକେଟିଂ କାର୍ଯ୍ୟକ୍ରମରେ ସିପିଏମର ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ହରି ନାହାକ, ରଂଜନ ପାତ୍ର, ସିପିଆଇର ପ୍ରକାଶ ପାତ୍ର, ପ୍ରଦୀପ ସେଠି, କାମଦେବ ନାହାକ, ରବୀନ୍ଦ୍ର ନାୟକ, ରୋହିତ ବିଶୋଇ ଓ ଫରୱାର୍ଡ ବ୍ଲକର ସମରଜିତ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

