

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀରେ ଯେତେବେଳେ ଜୀବନ ଜୀବିକା ବିପର୍ଯ୍ୟସ୍ତ ଠିକ୍ ସେତିକି ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଦର ବଢାଇ ଚାଲିଛନ୍ତି । ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପି ଥିଲାବେଳେ ଡିଜେଲ ସେଂଚୁରି ମାରିବାକୁ ବସିଛି । ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ୨ ଗୁଣା ଟିକସ ବସାଇଛନ୍ତି । ୬ ମାସ ଭିତରେ ୫୪ ଥର ବୃଦ୍ଧି ହୋଇ ସାରିଲାଣି । ରନ୍ଧନ ଗ୍ୟାସର ମୁଲ୍ୟ ୧୦୦୦ ଟଙ୍କା ଛୁଇଁଲାଣି । ତୈଳ ଦର ବୃଦ୍ଧି ପାଇଁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଘଟିଛି । ଖାଇବା ତେଲ, ଡାଲି, ଅଟା, ଚା, ଚିନି ଭଳି ୩୪ଟି ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ହୋଇଛି । ସିଧା ସଳଖ ଭାବରେ ଲୋକଙ୍କ ରୋଷେଇ ଘରେ ମାଡ ହୋଇଛି । କିନ୍ତୁ କେନ୍ଦ୍ର ସରକାର ବିଶ୍ଵ ବଜାର ରେ ଅଶୈଧିତ ତୈଳ ଦର ବୃଦ୍ଧି ପାଇଁ ଏପରି ଦରବୃଦ୍ଧି ଘଟୁଛି ବୋଲି ମିଥ୍ୟା ପ୍ରଚାର କରୁଛନ୍ତି । ଅତ୍ୟାବଶ୍ୟକ ୧୯୫୫ର ଆଇନ୍ ରଦ୍ଦ କଲା ପରେ ଦର ବେଲଗାମ୍ । ଏଣୁ ତୁରନ୍ତ ପେଟ୍ରୋଲ ଡିଜେଲ ଉପରେ ଜିଏସ୍ଟି ଲଗାଇ ଦର କମାଇବା, ୩ଟି କଳା କୃଷି ଆଇନକୁ ବାତିଲ କରିବା, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ସହ ୧୦ କେଜି ଚାଉଳ ବା ଗହମ ଏବଂ ତେଲ ଅଟା ଚା ଚିନି ପ୍ରଭୃତି ୨୩ ଅତ୍ୟାବଶ୍ୟକ ଜିନିଷର ରେସନ୍ କିଟ୍ ପ୍ରତି ପରିବାରକୁ ଯୋଗାଇ ଦେବା ପାଇଁ ଆଜିର ବିକ୍ଷୋଭ ରେ ଦାବି ହୋଇଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟର ବାମପନ୍ଥୀ ଦଳ ମାନେ ଆସନ୍ତା ୧୫ ତାରିଖକୁ ଓଡ଼ିଶା ବନ୍ଦର ଡାକରା ଦେଇଛନ୍ତି । ଏହି ବନ୍ଦକୁ ସମର୍ଥନ କରି ସଫଳ କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରା ଯାଇଅଛି । ଦିନ ୧୦ ଟାରେ ଷ୍ଟେସନ ବଜାର ଠାରେ ପ୍ରତିବାଦ ବିକ୍ଷୋଭର ନେତୃତ୍ବ ନେଇଥିଲେ ଦିଲ୍ଲୀପ କୁମାର ଗିରି, ଶିତାଂସୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା, ପଲ୍ଟୁ ଦାସ, ରତନ ଦାସ, ଜୀବନ ପରିଡ଼ା, ଯତୀନ ଜେନା, ବସନ୍ତ ପ୍ରାଧାନ, ସେକ ଅବଦୁଲ ସାଦିକ୍, ମଦନ ମହାଲି, ଅବଦୁଲ ରହିମ ପ୍ରମୁଖ ।
ରିପୋର୍ଟ : ଭୂପତି ପରିଡା