

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ, ଖାଇବା ତେଲ ଭଳି ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧିକୁ ବିରୋଧ କରି ବିଭିନ୍ନ ବାମପନ୍ଥୀ ଦଳ ଦ୍ୱାରା ଦିଆଯାଇଥିବା ଓଡିଶା ବନ୍ଦକୁ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ଶାଖା ପକ୍ଷରୁ ସମର୍ଥନ ଦିଆଯାଇଥିଲା l ବ୍ରହ୍ମପୁର ପାର୍ଟି କାର୍ଯ୍ୟାଳୟ ଠାରୁ ସୁବାସ ରାଉତଙ୍କ ନେତୃତ୍ୱରେ ସକ୍ରିୟ କାର୍ଯ୍ୟକତ୍ତାଙ୍କ ଏକ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ବିଭିନ୍ନ ଛକ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରି ସ୍ଲୋଗାନ ଦିଆଯାଇଥିଲା l ଆକାଶଛୁଆ ଦରବୃଦ୍ଧି ଯୋଗୁଁ ମୋଦି ସରକାରଙ୍କୁ ଆଗାମୀ ଦିନରେ ଜନସାଧାରଣ ଉଚିତ ଜବାବ ଦେଇ, ଉଚ୍ଚ ଶିକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଭାରତ ବର୍ଷରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ଗଠନ ପାଇଁ ଯୁବକ, ଛାତ୍ର, ମହିଳା ଶ୍ରମଜୀବୀ ଜନସାଧାରଣ ଆଗେଇ ଆସନ୍ତୁ ବୋଲି ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ବେହେରା, ହରପ୍ରସାଦ, ଅଭିମନ୍ୟୁ ଦଳାଇ, ମନୋଜ କୁମାର ମିଶ୍ର, ଲୋକନାଥ ପୂଜାରୀ, ସୁଧୀର ପ୍ରଧାନ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

