

ଛତ୍ରପୁର (ସମୃଦ୍ଧ ଓଡିଶା) ମୋଦୀ ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ କଂଗ୍ରେସ କଂଗ୍ରେସ ସଭାପତି ଅବନୀ ଶତପଥି ଅବନୀ ଶତପଥି ଏବଂ ବହୁ କଂଗ୍ରେସ କର୍ମୀ ଚମାଖଣ୍ଡି ନିକଟସ୍ଥ ରଘୁନାଥପୁର, ନରେନ୍ଦ୍ରପୁର ଓ ଜଗନ୍ନାଥପୁରରେ ଥିବା ୩ଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୋଦୀ ସରକାର ପେଟ୍ରୋଲ, ଡିଜେଲ ଦରକୁ ବୃଦ୍ଧିକୁ ପ୍ରତିବାଦ କରିବା ସହିତ ମୋଦୀ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । ଯଦି ଏହାର କୌଣସି ସୁଫଳ ମିଳିପାରୁନାହିଁ ଆଗାମୀ ଦିନରେ ସେମାନେ ରାଜରାସ୍ତାରେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ନରେନ୍ଦ୍ର ସ୍ୱାଇଁ, ରାନୁ ତ୍ରିପାଠୀ, କୁନା ବିଷୋୟୀ, ସୂର୍ଯ୍ୟ ସାହୁ, ମୁନା ନାୟକ, ନରସିଂହ ସେଠୀ, କାଳିଆ, ରାଜେନ୍ଦ୍ର ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

