ପେଟ ପାଇଁ ନାଟ : ସୁବର୍ଣ୍ଣରେଖାରେ ନିଖୋଜ ନାବାଳିକା ୨ୟ ଦିନରେ ଶବ ଉଦ୍ଧାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍‌ଡାଉନ୍ ସମୟରେ ପରିବାର ପ୍ରତିପୋଷଣ ଲାଗି ଏକ ପରିବାର ନଦୀରୁ ଗେଣ୍ଡା ଓ ସାମୁକା ସାଉଁଟୁ ଥିବା ବେଳେ ପୂର୍ବରୁ ସ୍ୱମ୍ପ ପମ୍ପ ଦ୍ୱାରା ବାଲି ଉତ୍ତୋଳନ ହୋଇଥିବା ସ୍ଥାନରେ ଚୋରାବାଲି ଖାତରେ ଖସିପଡି ନିଖୋଜ ହୋଇଥିବା ନାବାଳିକାର ଶବ ଆଜି ଉଦ୍ଧାର ହୋଇଛି । ଘଟଣାରୁ ପ୍ରକାଶ, ମୟୂରଭଂଜ ଜିଲାର ରାସଗୋବିନ୍ଦପୁର ଜିଲା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗାଁର ସପରିବାର ୫ଜଣ ଗତ ସୋମବାର ସୁବର୍ଣ୍ଣରେଖା ନଦୀର ପ୍ରହରାଜପୁର ଗ୍ରାମଠାରୁ ନଦୀରେ ଗେଣ୍ଡା ଓ ସାମୁକା ସାଉଁଟୁଥିଲେ । ଦ୍ୱିପ୍ରହରରେ ରାଜଘାଟ ବାରୁଣୀ ଘାଟଠାରେ ପାଣିରେ ଗଲାବେଳେ ଚୋରା ବାଲିରେ ଗୋଡ ପଶି ଯାଇଥିଲା । କିନ୍ତୁ ପରିବାରର ୪ଜଣ କୌଣସି ପ୍ରକାରେ ପହଁରି ଉଦ୍ଧାର ପାଇଥିବା ବେଳେ ୧୭ବର୍ଷର ସୀତା ବିନ୍ଧାଣୀ ନିଖୋଜ ହୋଇଥିଲା । ସମସ୍ତ ଚେଷ୍ଟା ବିଫଳ ହେବାରୁ ଜଳେଶ୍ୱର ଓ ବସ୍ତା ଦମକଳ ବାହିନୀ ଚେଷ୍ଟା ଅବ୍ୟହତ ରଖିଥିବା ବେଳେ ଆଜି ତାର ମୃତଦେହ କୋଟ ସାହି ପଞ୍ଚାୟତର ଗୋବର୍ଦ୍ଧନପୁର ନିକଟରୁ ଉଦ୍ଧାର କରଯାଇଛି । ଏଥିନେଇ ଜଳେଶ୍ୱର ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା