

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିର ମୁଖ୍ୟ ବଜାରରେ ଥିବା ଦୋକାନ ଗୁଡିକ ଉପରେ ପାରଳା ପୈାରପରିଷଦର ସାନିଟିର ଇନିସପେକ୍ଟର ୟୁ. ଲକ୍ଷ୍ମଣ ରାଓଙ୍କ ନେତୃତ୍ୱରେ ଚଢାଉ କରାଯାଇ ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ଗୁଡିକ ଜବତ କରି ଚାଲାଣ କଟାଯାଇଛି । ସୂଚନା ପୂର୍ବକ ପୈାରପରିଷଦର ତରଫରୁ ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନକୁ ନେଇ ଡାକବାଜି ଯତ୍ନ ଏବଂ ସ୍ୱଚ୍ଛସାଥୀ ମାନଙ୍କ ଜରିୟାରେ ସଚେତନ ସହ ଫାଇନ ସମ୍ପର୍କରେ ସୂଚନା କରାଯାଇଥିଲା । ଏଥିସହ ପୂର୍ବରୁ ବୋହୂ ଦୋକାନ ଗୁଡିକ ଉପରେ ଚଢାଉ କରି ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ଗୁଡିକ ଜବତ କରି ଫାଇନ୍ କାଟିଥିଲେ ମଧ୍ୟ ଦୋକାନୀ ମାନେ ସଚେତନ ହୋଇ ପାରିନଥିଲେ । ଆଜି ପୁଣି ଅଚାନକ ଚଢାଉ କରି ଫାଇନ ଆଦାୟ କରି ଦୋକାନି ମାନଙ୍କ ମଧ୍ୟରେ ଛନକା ସୃଷ୍ଟି କରୁଛି ପୈାରପରିଷଦ । ପ୍ରଥମ ଥର ପାଇଁ ୨ହଜାର ଟଙ୍କା ଫାଇନ୍ ଆଦାୟ କରିବା ସହ ୬ରୁ୭ ବସ୍ତା ପ୍ଲାଷ୍ଟିକ ଜବତ କରିଛି । ପୈାରପରିଷଦର ଏହି ଟିମ୍ ମାସରେ ୨ରୁ୩ ଥର ଦୋକାନ ଗୁଡିକ ଉପରେ ଚଢାଉ କରିବ ବୋଲି ଦାୟୀତ୍ୱରେ ଥିବା ଅଧିକାରୀ କହିଛନ୍ତି । ଏହି ଚଢାଉରେ ପ୍ରଶାନ୍ତ ମହାରଣା, ପି. ଗଣେଶ, ୧୬ ଗୋଟି ୱାର୍ଡ଼ର ସ୍ୱଛସାଥି ମା ମାନେ ଏହି ଚଢାଉରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦୋକାନୀ ମାନଙ୍କର ଚିନ୍ତା ବସିଥିଲେ ମଧ୍ୟ ପୈାରପରିଷଦ ଏଭଳି କାର୍ଯ୍ୟକୁ କିଛି ଲୋକ ସମାଲୋଚନା କରୁଥିବା ବେଳେ କିଛି ଲୋକ ପ୍ରଶଂସା ମଧ୍ୟ କରୁଥିବା ଜଣାପଡିଛି ।
ରିପୋର୍ଟ – କୃଷ୍ଣ କୁମାର ବେହେରା
