

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମାଟିକୋଣା ଗ୍ରାମରେ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆରେଶ ହିମିରିକା(୭) ଓ ସୁନିଲ ହିମିରିକା(୭) । ମିଳିଥିବା ସୂଚନା ପ୍ରକାରେ ଗତକାଲି ଅପରାହ୍ନ ୪ଟା ପରେ ମାଟିକାେଣା ବିଦ୍ୟାଳୟରୁ ଘରକୁ ଫେରିଥିଲେ ଗ୍ରାମର କାମସେ ରାଓ ହିମିରିକାଙ୍କ ପୁଅ ଆରେଶ ହିମିରିକା ଓ ସୁରୁ ହିମିରିକାଙ୍କ ପୁଅ ସୁନୀଲ । ଦୁହେଁ ତୃତୀୟ ଶ୍ରେଣୀର ଛାତ୍ର ବାେଲି ଜଣାପଡିଛି । ଖେଳବାକୁ ଯାଉଛି କହି ଆଉ ଫେରି ନ ଥିଲେ ଆରେଶ ଓ ସୁନୀଲ । ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଘରକୁ ପିଲାମାନେ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖୋଜିଲା ପରେ ମଧ୍ୟ ୨ପିଲାଙ୍କୁ ମିଳି ନଥିଲେ । ଆଜି ଭୋର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଥିବା ବେଳେ ଗ୍ରାମ ଠାରୁ ମାତ୍ର ୨କିଲାେମିଟର ଦୂରରେ ଥିବା ପୋଖରୀରେ ଆରେଶ ଓ ସୁନୀଲର ଡ୍ରେସ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୋଖରୀ ଭିତରୁ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚାନ୍ଦିଲି ଥାନାରେ ଏକ ଅପମୃତ୍ଯୁ ରୁଜୁ କରାଯାଇଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

