ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ବିଜ୍ଞାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳ ପାଇଁ ୧୨ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧକ୍ଷ ଇ. ପ୍ରଦୀପ କୁମାର ପାତ୍ର ପ୍ରଦୀପ ପ୍ରଜ୍ଵଳନ ସହ ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୋଡାଲ ସଂଯୋଜିକା(ଖେମୁଣ୍ଡି ମହାବିଦ୍ୟାଳୟ) ଡ଼. ହରପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି, ପୋଡାମାରି ଫାଣ୍ଡିର ଟୁକୁନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସଂଯୋଜିକା ସୁଶ୍ରୀ ରଞ୍ଜିତା ପ୍ରଧାନ ଓ ଶ୍ରୀମତୀ ସୁମିତ୍ରା ଦେବୀଙ୍କ ସହ ଛାତ୍ରୀମାନେ ଶୃଙ୍ଖଳିତ ହୋଇ ତାଲିମ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ସତ୍ୟଶରଣ ଓ ଅଶୋକ କୁମାର ଶତପଥୀ ମଞ୍ଚାସିନ ଥିଲେ । ମାଷ୍ଟର ଟ୍ରେନର ଭାବେ ଉଷାରଣୀ ଦୋରା ଓ ଜସ୍ମୀନି ସାହୁ ଯୋଗଦେଇ ଆତ୍ମ ସୁରକ୍ଷା ନେଇ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରିଥିଲେ । ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା