

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଡାମାରି ଗ୍ରାମପଞ୍ଚାୟତ ଏବଂ ପୋଡାମାରି କଲ୍ୟାଣ ସମିତି ତରଫରୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ତଥା ୨୦୧୮-୧୯ ବର୍ଷ ପୋଡାମାରି ଚୈତନ୍ୟ ବିଦ୍ୟାପୀଠରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ବଳରାମ ମଣ୍ଡଳ ଏବଂ ପୋଡାମାରି ଗ୍ରାମର ଆରିଆନ ପାଣିଗ୍ରାହୀ, ପିତା-ଆଲୋକ ପାଣିଗ୍ରାହୀ JNV, ସୁରଙ୍ଗିଠାରେ ୯୮% ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଯୋଗୁ ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଷୋୟୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଡାମାରି କଲ୍ୟାଣ ସମିତିର ସଭାପତି ପ୍ରଭାକର ସାହୁ, ଭାସ୍କର ପାଢ଼ୀ, ରବିନ୍ଦ୍ରନାଥ ଦାସ, କେଦାରନାଥ ପାତ୍ର, ଶତ୍ରୁଘନ ଜେନା, ପି. ରାମେଶ୍ୱର ପାତ୍ର, ମହନ୍ତର ସାହୁ, ପ୍ରତାପ ଚନ୍ଦ୍ର ସାହୁ, ଆଲୋକ ପାଣିଗ୍ରାହୀ ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


