


ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ପୋଡାମାରି ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳାର ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ୟାରିୟର କାଉନ ସେଲିଂ ସେଲର ସଂଯୋଜକ ଆକୁଳ ସ୍ବାଇଁଙ୍କ ଦ୍ୱାରା ଅଧକ୍ଷ ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଦୁଇ କାଉନ ସେଲର ଅଧ୍ୟାପକ ଅଶୋକ କୁମାର ଶତପଥୀ ଏବ ଅଧ୍ୟାପକ ରାମସ୍ୱରୂପ ପାଣିଗ୍ରାହୀ କର୍ମଶାଳା ପରିଚାଳନା କରିଥିଲେ। ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ଏବଂ ଅଧ୍ୟାପକ ସତ୍ୟଶରଣ ପାଢ଼ୀ ଉକ୍ତ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ କ୍ୟାରିୟର କାଉନସେଲିଂର ଉଦ୍ଦେଶ୍ୟ ଏବ ଉପଯୋଗୀତା ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ କ୍ୟାରିୟର ଗଠନ କରିବାକୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ୧୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ