

ପୋଲସରା (ସମୃଦ୍ଧ ଓଡିଶା) ପୋଲସରାରେ ବିଜୁ ଗ୍ରାମ୍ୟ ବିଦ୍ୟୁତ କରଣର ଶୁଭାରମ୍ଭ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ। ପୋଲସରା ବ୍ଲକ ଅନ୍ତର୍ଗତ ପାଇକରା ପଲ୍ଲୀ(ଠନା ପଲ୍ଲୀ) ଗ୍ରାମରେ ଗ୍ରାମ୍ୟ ବିଦ୍ୟୁତକରଣର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ । ଏହି ଉଦଘାଟନ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ମହିଳା ଓ ପୁରୁଷ ବିଜେଡି କର୍ମୀ ଅଂଶଗ୍ରହଣ କରିଥିଲେ । ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଦକ୍ଷ, ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ, ସମିତି ସଭ୍ୟ, ଜୁନିୟର ଇଞ୍ଜିନୟର ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା