ପୋଲସରା (ସମୃଦ୍ଧ ଓଡିଶା) ଦୀପାବଳୀର ପର୍ବକୁ ନେଇ ପୋଲସରା ସହର ଉତ୍ସବ ମୁଖର ହୋଇଥିବା ବେଳେ ହଠାତ ପୋଲସରା ଅଞ୍ଚଳରେ ଲଗାତାର ୫ଟି ସ୍ଥାନରେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ବୋମା ମାଡ଼ କରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ । ବୋମା ମାଡରେ ପୋଲସରା ଅଞ୍ଚଳର ଅନିଲ କୁମାର ମଲ୍ଲିକ ଓ ରାଣୀପଡ଼ା ଗାଁର ଶଙ୍କର ବେହେରା ଗୁରୁତର ହୋଇ ପ୍ରଥମେ ପୋଲସରା ମେଡିକାଲରେ ଏବଂ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ରାଣୀପଡ଼ା ବଜାର ସାହି ଛକ ସମେତ ୫ଟି ସ୍ଥାନରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ କରୁଥିବା ବେଳେ ଗଞ୍ଜାମ ଏସପି ବ୍ରିଜେଶ ରାୟ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବୋମା ବିସ୍ଫୋରଣ ସ୍ଥାନ ଗୁଡିକୁ ପରିଦର୍ଶନ କରିଥିଲେ । ପୋଲସରା ଅଞ୍ଚଳରେ ହଠାତ ବୋମା ମାଡ଼ର ବର୍ଷାକୁ ନେଇ ପୋଲସରା ସହରବାସୀ ଭୟଭୀତ ହୋଇ ପଡିଛନ୍ତି । ଘଟଣା ପରେ ପୋଲିସ ପକ୍ଷରୁ ମୁଖ୍ୟ ସଡ଼କ ଉପରେ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ବୋମା ମାଡ଼ରେ ପ୍ରକୃତ ରହସ୍ୟ ଜଣାପଡି ନ ଥିଲେ ହେଁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଘଟଣା ପଛରୁ ପର୍ଦ୍ଧା ହଟି ପାରିବ ବୋଲି ଆଶା ପ୍ରକାଶ କରାଯାଉଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା