

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ 5ଟି. ସଚିବ ଭି.କେ.ପାଣ୍ଡିୟାନଙ୍କ ସହ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପ୍ରତିନିଧି ବୃନ୍ଦ ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓ ବୁଗୁଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭିଡିଓ କନଫେରାନ୍ସ ମାଧ୍ୟମରେ ପୋଲସରା ନିର୍ବାଚନ ମଣ୍ଡଳୀରେ କ୍ରୀଡ଼ାର ଉନ୍ନତି ପାଇଁ ପୋଲସରା ଓ ବୁଗୁଡା ଠାରେ ଦୁଇଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଆଲୋଚନା କରି ଅନୁରୋଧ କରିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରରେ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ ସୁଧାଂଶୁ ଶେଖର ପାଢ଼ୀ, ଚିତ୍ରସେନ ପ୍ରଧାନ, ପ୍ରଫୁଲ କୁମାର ପାତ୍ର, ଗୀତାଞ୍ଜଳୀ ପାଢ଼ୀ, ରୁଚିସ୍ମିତା ନାୟକ, ଲିମା ବେହେରା, ସମିତା ଜେନା, ସୌଭାଗିନୀ ଜେନା, ଲକ୍ଷ୍ମୀ ବେହେରା, ବର୍ଷା ରଣା, ଆକାଶ କୁମାର ପ୍ରଧାନ, ଅମରେଶ କୁମାର ପ୍ରଧାନ, ଅଲେଖ ସେଠୀ, ରବୀନ୍ଦ୍ର ବେହେରା ଓ ଏମ.ଶ୍ରୀନିବାସ ଦୋରା ଆଲୋଚନା ରେ ଭାଗ ନେଇଥିବା ବେଳେ ବୁଗୁଡ଼ାରେ ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରାଙ୍କ ନେତୃତ୍ୱରେ ଧୋବା ସ୍ବାଇଁ, ସୀମାଞ୍ଚଳ ଖଟେଇ, ଭୀମ ବେହେରା, ଗୀତାଞ୍ଜଳୀ ନାୟକ, ଶ୍ରୀୟାଶ୍ରୀ ଲକ୍ଷ୍ମୀ ସାହୁ, ଅମୃତ ଅପରୁପା ସାହୁ, ଲିଜା ବେହେରା, ପୂଜାରାଣୀ ବେହେରା, ସନ୍ତୋଷିନୀ ନାୟକ, ମିନତୀ ପ୍ରଧାନ, ଶିବ ପ୍ରସାଦ ସେଠୀ, ସନ୍ତୋଷ କୁମାର ଖଣ୍ଡେଇ, ଶୁଭଙ୍କର ଗୌଡ଼, ଅକ୍ଷୟ ନାୟକ, ଓ ସୁଧାକର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

