ପୋଲସରା ଗଣଦୁଷ୍ମର୍ମ ମାମଲାରେ ପୀଡ଼ିତାଙ୍କୁ ଭେଟିଲେ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ଧୋୟାକଣା ଗାଁର ନାବାଳିକାକୁ ଗଣଦୁଷ୍ମର୍ମ ମାମଲାରେ ପୋଲିସ ବର୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଧରିପାରି ନଥିବାବେଳେ ରାଜନୀତି ସରଗରମ ହୋଇଚାଲିଛି । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମାନେ ପୀଡ଼ିତାଙ୍କୁ ଭେଟି ଆଶ୍ୱସନା ଦେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପୀଡ଼ିତାଙ୍କୁ ୧୦ଲକ୍ଷଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି । ପ୍ରଦେଶ କଂଗ୍ରେସର ଉପସଭାନେତ୍ରୀ ବିଜୟ ଲକ୍ଷ୍ମୀ ସାହୁ, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସଭାପତି ଡ଼. ତ୍ରିନାଥ ବେହେରା, ଉପସଭାପତି ଦୀପକ କୁମାର ପଟ୍ଟନାୟକ, ପିତବାସ ପଣ୍ଡା, ପ୍ରମୋଦ ଜେନା, ସୀତାରାମ ପାଣିଗ୍ରାହୀ, ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ପିସିସି ସମ୍ପାଦକ ମନୋଜ କୁମାର ଜେନା, ଦେବୀ ବିଷୋୟୀ, ଭୋକାଲି ସେଠୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ବଡ଼ମେଡିକାଲକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହ ସମ୍ପୃକ୍ତ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରୀ ରଖିଛି । ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବା ନେଇ ଏସଡ଼ିପିଓ ଅଶ୍ୱିନି ସାହୁ ସୂଚନା ଦେଇଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା