ପୋଲସରା ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ କଂଗ୍ରେସ ନେତା : ଦାବି କଲେ ୧୦ ଲକ୍ଷ ଓ ମାଗଣା ଚିକିତ୍ସା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକର ଧୋୟାକଣା ଗାଁରେ ଚୋରି କରିବାକୁ ଯାଇ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପୀଡିତା ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ଆଦି ବିଜେଡିର ନେତା ମାନେ ଗ୍ରସ୍ତ କରି ପୀଡ଼ିତାଙ୍କ ସ୍ୟସ୍ଥ୍ୟ ଅବସ୍ଥା ବୁଝିଥିବା ବେଳେ ଗତକଲି ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତା ମାନେ ସ୍ୟସ୍ଥ୍ୟ ଅବସ୍ଥା ବୁଝିଥିଲେ । କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ, ସିଲ୍ଲା ସୁପ୍ରିୟା, ସଦାନନ୍ଦ ମହାପାତ୍ର, ମନୋଜ ଜେନା ପ୍ରମୁଖ ନେତା ମାନେ ବଡମେଡିକାଲକୁ ଯାଇ ପୀଡିତାଙ୍କ ସ୍ୟସ୍ଥ୍ୟ ଅବସ୍ଥା ବୁଝିଥିଲେ । ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଓ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦେବାକୁ ଦାବି କରିବା ସହ ପୀଡ଼ିତାଙ୍କ ପରିବାରକୁ ପୋଲିସ ସୁରକ୍ଷା ଓ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।                                                                                                                                                                                                                                            ରିପୋର୍ଟ : ନିମାଇଁ ଚରଣ ପଣ୍ଡା