

ବୁଗୁଡ଼ା (ସମୃଦ୍ଧ ଓଡିଶା) ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସ୍ୱଂୟ ସହାୟକ ଗୋଷ୍ଠି ନିମନ୍ତେ ନୂତନ ବ୍ୟାଙ୍କ ଋଣ ଏବଂ ମିଶନ ଶକ୍ତି ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଦକ୍ଷା, ବିଡ଼ିଓ, ପୋଲସରା ବେଙ୍କ ମ୍ୟାନେଜର, କର୍ମଚାରୀ ଏବଂ ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ସମେତ ବହୁ ମହିଳା ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା