

ପୋଲସରା (ସମୃଦ୍ଧ ଓଡିଶା) ଓଡିଶା ସରକାର ତରଫରୁ ବିଜୁ ଯୁବ ବାହିନୀଙ୍କ ପାଇଁ ଆସିଥିବା ସ୍ମାର୍ଟ ଫୋନ ଉପକରଣ ଗତକାଲି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୬ଗୋଟି ପଞ୍ଚାୟତର ବିଜୁ ଯୁବ ବାହିନୀ ସଭ୍ୟମାନଙ୍କୁ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ କର୍ମଚାରୀ ଏବଂ ବିଜୁ ଯୁବ ବାହିନୀ ସଭ୍ୟ ଓ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
