ପୋଲସରା ବିଜେଡି ଓ କିଛି ସମାଜସେବୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲେ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବ୍ଲକ ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧,୨୧,୦୦୦ ଟଙ୍କା ଓ କିଛି ସମାଜସେବୀଙ୍କ ଠାରୁ ଆଦାୟ ହୋଇଥିବା ୮୫,୦୦୦ ଟଙ୍କାର ଆର୍ଥିକ ସହାୟତା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ସମୟରେ ପୋଲସରା ବିଡ଼ିଓ, ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହା କରୋନା ଭୁତାଣୁ ସଂକ୍ରମଣ ରୋକିବା ନିମନ୍ତେ ସରକାର ଖର୍ଚ୍ଚ କରୁଥିବା ଆର୍ଥିକ ଫଣ୍ଡକୁ ସହାୟକ ପାଇଁ ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା