

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହିଳା ଓ ପୁରୁଷ ମାନଙ୍କୁ ବସ୍ତ୍ର ସହ କିଛି ଅର୍ଥ ଦାନ କରିଛନ୍ତି । ପବିତ୍ର କୁମାର ପୂର୍ଣ୍ଣମୀ ଉପଲକ୍ଷେ ନିଜ ଗ୍ରାମ ହାତୀଓଟରେ ଧର୍ମ ଅର୍ଜନ କରିବା ପାଇଁ ଗରିବ ଲୋକ ମାନଙ୍କୁ ବସ୍ତ୍ର ପ୍ରଦାନ କରିଛନ୍ତି । ପାଖାପାଖି ୪୦୦୦ରୁ ଉର୍ଦ୍ଧ୍ଵ ଗରିବ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଠାରୁ ବସ୍ତ୍ର ସହ କିଛି ଅର୍ଥ ଗ୍ରହଣ କରିଥିଲେ । ବିଧାୟକଙ୍କ ଏପରି ସାହାର୍ଯ୍ୟ ଯୋଗୁଁ ସମର୍ଥକ ମାନେ ପ୍ରଶଂସା କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା