

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ୍ ଅନ୍ତର୍ଗତ ଝିଟିକାବାଡି ଗ୍ରାମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଧାୟକ ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ଆର୍ଶୀବାଦ ଭିକ୍ଷା କରିବା ସହ ଝିଟିକାବାଡି ଗ୍ରାମ ଠାରେ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୂଲ୍ୟରେ ପୂର୍ତ୍ତ ରାସ୍ତା ସୋଡ଼କ ଠାରୁ ହାତୀଓଟ ରାସ୍ତାର ଉର୍ଣ୍ଣତ୍ତିକରଣ ରକ୍ଷଣାବେକ୍ଷଣର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭୂମି ପୂଜା ଓ କାର୍ଯ୍ୟରମ୍ଭ ହୋଇଯାଇଛି ।ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ଏସଡିଓ, ଜେଇ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

