

ପୋଲସରା (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗାଁ’ରେ ଥିବା ରାଜସ୍ୱ କାର୍ଯ୍ୟାଳୟକୁ ଘେରାଉ କରି ଜମି ପଟ୍ଟା ଯୋଗାଇ ଦେବା ନାମରେ ଆରଆଇ ଅର୍ଥ ଆଦାୟ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅଧିନରେ ଥିବା ସରକାରୀ ବାବୁମାନେ ଆଦିବାସୀ ଅଞ୍ଚଳରେ ପଟ୍ଟା ଦେବା ନା’ରେ ପ୍ରତି ଘର ପିଛା ୨୦୦/୫୦୦ ଟଙ୍କା ଲେଖାଏଁ ନେବାରୁ ସେହି ଲୋକମାନେ ଆରଆଇଙ୍କୁ ପାଣ୍ଡିରୀପଡା ଗ୍ରାମପଚାଂୟତ ଅଫିସରେ ତାଲା ପକାଇ ରଖି ପଚରା ଉଚୁରା କରିବା ପରେ ସେ ଟଙ୍କା ଫେରସ୍ତ କରିବି ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

