

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିଏବିକୁ ବିରୋଧ କରି ଜାମିଆ ମିଲିଆ ଈଶଲାମିଆ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ଓ ଗୁଳି ଚାଳନା ହୋଇଥିବାରୁ ଏହାକୁ ବିରୋଧ କରି ଆଜି ଅଲ୍ ଇଣ୍ଡିଆ ଡି ଏସ୍ ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ସୋମନାଥ ବେହେରାଙ୍କ ସହିତ ସଙ୍ଗଠନର ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ